ବାରିପଦା ରେ ମୋଦୀ ଙ୍କ ସମାବେଶକୁ ପାଣିଚିଆ କରିବ ପୁରୀ ର ନବୀନଙ୍କ ମହିଳା ସମାବେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ କୁ ଆଉ ରହିଲା ୧୦୦ରୁ କମ ଦିନ । ତେଣୁ ପ୍ରତେକ ଟି ଦିନ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ମୂଲ୍ୟବାନ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଲୋଭାଇବା ବା ନିଜ ଆଡକୁ ଆକର୍ଷିତ କରିବାର କୌଣସି ମଉକା ଛାଡିବାକୁ ପ୍ରସ୍ତୁତ ନାହାନ୍ତି ଏହି ରାଜନୈତିକ ଦଳ । ସେଥିପାଇଁ ମାତ୍ର ୧୫ଦିନ ବ୍ୟବଧାନ ରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି ଓଡ଼ିଶା । ଏବଂ ଠିକ ସେହିଦିନ ନବୀନ ବି ଖେଳିଛନ୍ତି ରାଜନୈତିକ କାର୍ଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଙ୍କ ସାଧାରଣ ସଭା ପୁଣି ଜଗନ୍ନାଥ ଙ୍କ କ୍ଷେତ୍ରରେ ପୁରୀରେ । ସେହି ଜଗନ୍ନାଥ ଙ୍କ କ୍ଷେତ୍ର ରେ ଯେଉଁଠାରୁ ମୋଦି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ତାରିଖରେ ବାରିପଦା ଗ୍ରସ୍ତରେ ଆସୁଛନ୍ତି । ଏହି ଗ୍ରସ୍ତ ସମୟରେ ସେ ଜାତୀୟ ରାଜପଥ ଲକାର୍ପଣ କରିବା ସହ ସରକାରୀ ସଭାରେ ଉଦବୋଧନ ଦେବେ । ଏଥର ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ନବୀନଙ୍କ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଙ୍କ ସମାବେଶ ସାମ୍ନା ସାମ୍ନି ହେବେ । ଏହି ମହିଳା ସମାବେଶରେ ୬୦ ହଜାରରୁ ଉର୍ଦ୍ଧ ମହିଳା ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ନୂଆ ଓ ପୁରୁଣା ମିଶି ପୁରୀ ଜିଲ୍ଲା ର ୪୨ହଜାର ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୨୭ହଜାର ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୧୫ହଜାର ଲେଖାଏଁ ଦିଆଯିବ ଯାହାକି ସିଧାସଳଖ ତାଙ୍କ ଆକାଉଣ୍ଟ କୁ ଯିବ । ସେହିପରି ବାକି ଏସ.ଏଚ.ଜି ଙ୍କୁ ମୋବାଇଲ ପାଇଁ ୩ ହଜାର ଟଙ୍କା ଲେଖାଏଁ ସିଧାସଳଖ ସେମାନଙ୍କ ଆକାଉଣ୍ଟ କୁ ଯିବ କାର୍ଯ୍ୟକ୍ରମ ରହିଛି ।
ଏନେଇ ଗତ ରବିବାର ଦିନ ନବୀନ ନିବାସ କୁ ପୁରୀ ଜିଲ୍ଲା ର ସବୁ ବିଧାୟକ ଙ୍କୁ ଡକାଯାଇଥିଲା । ନବୀନ ନିଜେ ଏହି କାର୍ଯ୍ୟକ୍ରମ କିପରି ସୂଚାରୁ ରୂପେ ସମ୍ପର୍ଣ୍ଣ ହେବ ଏହାକୁ ନେଇ ଜିଲ୍ଲା ବିଧାୟକ ମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ।