ରାଜନୈତିକ ଶତ୍ରୁତାରୁ ବିଜେଡି ନେତାଙ୍କୁ ଗୁଳିମାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲାର କ୍ରାଇମସିଟି ଆସିକା ସହରରେ ସୋମବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ସହରର ମୁଖ୍ୟ ରାସ୍ତା କଲେଜ ଛକଠାରେ ବିଜେଡି ନେତା ସଦାନନ୍ଦ ଲେଙ୍କା (୫୦) ଓରଫ୍ ବାହାନଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସଦାନନ୍ଦ ସ୍ଥାନୀୟ ଖାରିଆ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଲେଙ୍କାଙ୍କ ବଡ଼ଭାଇ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଛି । ରାଜନୈତିକ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । ସଦାନନ୍ଦଙ୍କ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆସିକା ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛନ୍ତି । 

ଘଟଣା ମୁତାବକ, ସଦାନନ୍ଦ କଲେଜ ଛକସ୍ଥିତ ନିଜ ଘରକୁ ବାଇକରେ ଜଣେ ସହଯୋଗୀଙ୍କ ସହ ଯାଉଥିଲେ । ଏହି ସମୟରେ ଏକ ବାଇକରେ କେତେଜଣ ଦୁର୍ବୃତ୍ତ ଡିପଲ୍ ସ୍କୁଲ ଛକ ନିକଟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକାଧିକ ଗୁଳିମାଡ଼ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

Leave a comment