ପୂଜାଘରେ ରଖନ୍ତୁ ନାହିଁ ଏହି ଜିନିଷ, ଘରେ ଦେଖାଯାଏ ଦରିଦ୍ରତା

ପ୍ରତେକ ମଣିଷ ନିଜ ଘରେ ଠାକୁର ଘର କରିଥାଏ । ସେହି ଘରେ ମଣିଷ ପ୍ରତେକ ଦେବାଦେବୀଙ୍କ ଫୋଟୋ ରଖି ତାଙ୍କର ପୂଜା ଆରାଧନା କରିଥାଏ । ଶାସ୍ତ୍ର ଅନୁଯାୟୀ ମନ୍ଦିର ଭିତରେ ଜିନିଷ ରଖିବା ଯେତିକି ଫଳଦାୟକ ହୋଇଥାଏ ଠିକ ସେତିକି ହିଁ କିଛି ଜିନିଷ ରଖିବା ଅଶୁଭ ଓ ଅମଙ୍ଗଳ ହୋଇଥାଏ । ଏହା ଏମିତି କିଛି ବସ୍ତୁ ହୋଇଥାଏ ଯେଉଁଥିରେ ଘରେ ଖରାପ ଶକ୍ତିର ବାସ ରହିଥାଏ । ଏହା ଛଡା ଘରେ କଳହ ବା ଝଗଡା ହେବ ସହ କ୍ଲେଶ ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାହା ଭୁଲରେ ବି ପୂଜା ଘରେ ରଖିବା ଉଚିତ ଓ କଣ ରଖିବା ଉଚିତ ନୁହେଁ ।
ଦୀପ ଓ ଭୋଗଦାନ : ଭାରତର ପରମ୍ପରା ମାଟି ସହ ଯୋଡି ହୋଇ ରହିଛି । ଏଥିପାଇଁ ମନ୍ଦିରରେ ମାଟିର ଦୀପ ରହିବା ଉଚିତ । ନଚେତ ଆପଣ ପିଟକ ଦୀପ ରଖିପାରିବେ । ଏମିତି କରିବା ଦ୍ଵାରା ଘରେ ସୁଖ ଶାନ୍ତି ରହିଥାଏ ।
ସ୍ଵସ୍ତିକ : ଘରେ ସ୍ଵସ୍ତିକ ଚିହ୍ନ ରହିବା ଦ୍ଵାରା ଶକ୍ତି, ସୌଭାଗ୍ୟ, ଶୁଭତାର ପ୍ରତୀକ ମାନାଯାଇଥାଏ । ଏହି କାରଣରୁ କୌଣସି ଶୁଭ କାମ କରିବା ପୂର୍ବରୁ ସ୍ଵସ୍ତିକ ଚିହ୍ନ ଅବଶ୍ୟ କରାଯାଏ ।
କଳସ : ଭଗବାନ କୃଷ୍ଣଙ୍କ ମତରେ ସୁଖ ଓ ସମୃଦ୍ଧିର ପ୍ରତୀକ ହେଉଛି କଳସ । ଘରର ଠାକୁର ଘରେ କୁଙ୍କୁମରେ ଅଷ୍ଟ କଳସର ଆକୃତି ତିଆରି କରି ମଙ୍ଗଳ କଳସ ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ଶଙ୍ଖ : ବହୁତ କମ ଲୋକ ଜାଣିଥାନ୍ତି ଶଙ୍ଖର ଉତପତି ସମୁଦ୍ର ମନ୍ଥନରୁ ୧୪ ରତ୍ନ ସହ ହୋଇଥିଲା । ଏହି କାରଣରୁ ଶଙ୍ଖ ମାତା ଲକ୍ଷ୍ମୀଙ୍କର ଋଯ ହୋଇଥାଏ । ଶଙ୍ଖର ଶବ୍ଦରେ ସାକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଏଥିପାଇଁ ମନ୍ଦିରରେ ଶଙ୍ଖ ରହିବା ଆବଶ୍ୟକ ।
ଘଣ୍ଟି : ମନ୍ଦିରରେ ଘଣ୍ଟି ରଖିବା ଉଚିତ କାରଣ ଏହା ଶୁଭ ହୋଇଥାଏ । ଘଣ୍ଟି ପୂଜା ଘରେ ରଖିଲେ ବାତାବରଣ ଶୁଦ୍ଧତା ଆସିଥାଏ । ଯେଉଁ ଘରେ ପୂଜା ସମୟରେ ଘଣ୍ଟି ବଜାଯାଇଥାଏ ସେହି ଘରୁ ଖରାପ ଶକ୍ତି ଦୂର ହୋଇଥାଏ ।
ଗଣେଶଙ୍କ ବିଷମ ସଂଖ୍ଯାରେ ମୂର୍ତ୍ତି : ଭୁଲରେ ବି ଠାକୁର ଘରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଅଧିକ ରଖିବା ଉଚିତ ନୁହେଁ । କେବଳ ୨ଟି ମୂର୍ତ୍ତି ରଖିବା ଦ୍ଵାରା ଶୁଭ ହୋଇଥାଏ । ମୁଖ୍ୟ ଦ୍ବାରର ଭିତର ପଟକୁ ମୁଖ କରି ଗଣେଶଙ୍କ ମୂର୍ତ୍ତି ଲଗାଇବା ଉଚିତ ।
ଭାଙ୍ଗି ଯାଇଥିବା ଚାଉଳ : ଠାକୁର ଘରେ ଭଙ୍ଗା ଚାଉଳ ରଖିବା ଅନୁଚିତ । ଏହା ସହ ପୁରୁଣା ବା ଅଧିକ ଦିନରୁ ରହିଥିବା ଚାଉଳ ରଖିବା ଅନୁଚିତ । ଏହା ନାକାରାତ୍ମକ ଊର୍ଜା ଖେଳାଇଥାଏ ।
ପୂର୍ବଜନଙ୍କ ଫୋଟୋ : ଘରର ଠାକୁର ଘରେ ଭୁଲରେ ବି ପୂର୍ବଜନଙ୍କ ଫୋଟୋ ରଖିବା ଦ୍ଵାରା ଶୁଭ ପରିଣାମ ମିଳିଥାଏ । ମୃତ ପରିଜନଙ୍କ ଫୋଟୋ ପୂଜା ଘରେ ରଖିଲେ ବାତାବରଣରେ ଶୁଦ୍ଧତା ରୁହେ ନାହି ।