ରାତ୍ରି ଆହାର କରିବ ଗରିବଙ୍କ ଦୁଃଖ ଦୂର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଆହାର ଯୋଜନାରେ ରାତ୍ରି ଭୋଜନ ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୫୬ଟି ପ୍ରମୁଖ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ରରେ ପ୍ରତିଦିନ ରାତି ୭ଟା ରୁ ୯ଟା ରୋଗୀଙ୍କ ସମ୍ପର୍କୀୟ ଏବଂ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ଜନତାଙ୍କୁ ଆହାର ଯୋଜନାରେ ରାତ୍ରିଭୋଜନ ମିଳିବ ।

ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ସାଧାରଣ ଜନତା ଏଥିରେ ସହଯୋଗ କରିପାରିବେ । ନିଜ ପ୍ରିୟଜନଙ୍କ ଜନ୍ମ ଦିନ ହେଉ ବା ବିବାହ ବାର୍ଷିକୀ କିମ୍ବା ଶ୍ରାଦ୍ଧ ଦିବସ ଯେ କୌଣସି ସହୃଦୟ ବ୍ୟକ୍ତି ଚାହିଁଲେ ଏହି ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ । ଏଥିପାଇଁ ଅନଲାଇନ ମାଧ୍ୟମରେ ଦାନ ଗ୍ରହଣ କରାଯିବା ସହ ଏହା ସମ୍ପୂର୍ଣ୍ଣ ରୂପେ ଆୟକର ମୁକ୍ତ ହେବ ।

Leave a comment