ଇସ୍ତଫା ଦେଲେ ବୋରିସ୍‌ ଜନସନ

0

ସମସ୍ତ କଳ୍ପନା ଜଳ୍ପନାରେ ଲାଗିଲା ପୂର୍ଣ୍ଣଛେଦ । ପରିଶେଷରେ ନିଜ ପଦବୀରୁ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ।

ବୋରିସ୍‌ ଜନସନ ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ନିଜ ବିଦାୟୀ ଭାଷଣରେ କହିଛନ୍ତି, ‘ରାଜନୀତିରେ, କେହି ଅପରିହାର୍ଯ୍ୟ ନୁହଁନ୍ତି। ମୁଁ ଦୁଃଖିତ ଯେ ମୁଁ ସଫଳ ହୋଇନାହିଁ। ମୁଁ ଦୁଃଖିତ ଅଛି… କାରଣ, ଦୁନିଆର ସର୍ବୋତ୍ତମ ଚାକିରି ଛାଡିବା ଦୁଃଖଦାୟକ। କଞ୍ଜରଭେଟିଭ୍‌ ସଂସଦୀୟ ଦଳର ଇଚ୍ଛା ଯେ ଏହି ଦଳର ଜଣେ ନୂତନ ନେତା ରହିବା ଉଚିତ୍‌ ଏବଂ ଏହି କାରଣରୁ ଜଣେ ନୂତନ ପ୍ରଧାନମନ୍ତ୍ରୀ ହେବା ଉଚିତ୍‌। ମୁଁ ନୂତନ ନେତାଙ୍କୁ ସମର୍ଥନ କରିବି। ଆମେ ୟୁକ୍ରେନକୁ ସମର୍ଥନ ଜାରି ରଖିବୁ’ ବୋଲି କହିଛନ୍ତି ବ୍ରିଟେନର ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ।

Leave a comment