‘ଉଇ ଫର ଭୁବନେଶ୍ୱର’ ପକ୍ଷରୁ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ରଥଯାତ୍ରାର ଫଟୋ ଉଠାଇବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଆତ୍ମର ସଦଗତି ଉଦ୍ଦେଶ୍ୟରେ ରବିବାର ‘ଉଇ ଫର ଭୁବନେଶ୍ୱର’ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂଗଠନ ପକ୍ଷରୁ ରାମମନ୍ଦିର ସମ୍ମୁଖରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ପୂର୍ବତନ ମେୟର ମିହିର ମହାନ୍ତି, ୪୫ ନମ୍ବର ୱାର୍ଡର କର୍ପୋରେଟର ଅମରେଶ ଜେନାଙ୍କ ସହିତ ବହୁ ପୂର୍ବତନ କର୍ପୋରେଟର ଓ ଅନ୍ୟମାନେ ଯୋଗ ଦେଇଥିଲେ ।
କର୍ପୋରେଟର ଅମରେଶ ଜେନା , ଭୁବନେଶ୍ୱର ସର୍ଵ ପ୍ରଥମ ମେୟର ମିହିର ମହାନ୍ତି , ବଦ୍ରିନାରାୟଣ ମିଶ୍ର , ଉମାନାଥ ମିଶ୍ର , ଟନ ମହାନ୍ତି , ଦେବାଶିଷ ସିଟ , ରାମଚନ୍ଦ୍ର ପ୍ରଧାନ , ଶିବ ସୁଆର ରାଜଦୀପ୍ତ ବଡ଼ଜେନା ,ପ୍ରତାପ କିଶୋର ସାହୁ ,ରାମନାଥ ସାମନ୍ତରାୟ , ତପନ ସ୍ୱାଇଁ ସମୀର ପ୍ରଧାନ , ରାଜକିଶୋର ସାହୁ, ନରେନ ସାହୁ ,ସୁଶାନ୍ତ କୁମାର ସାହୁ , ଶର୍ମିଷ୍ଠା ମଲ୍ଲିକ, ବିବେକ କୁମାର ସ୍ୱାଇଁ , ଶିବାନନ୍ଦ ପଣ୍ଡା , ମିକୁ ପ୍ରଧାନ, ବିଶ୍ୱଦୀପ ପ୍ରଧାନ ପ୍ରମୁଖ ଏହି ଅବସରରେ ଯୋଗଦେଇ ଅଶୋକଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅଶୋକ ଜଣେ ଭଲ ଓ ମେଳାପି ଲୋକ ଥିଲେ । ସେ ଯେଉଁଠୁ ବସୁଥିଲେ, ସେଠାରେ ସାଙ୍ଗସାଥିଙ୍କ ମନୋରଂଜନ କରୁଥିଲେ । କାମକୁ ଅତି ନିଷ୍ଠାର କରୁଥିଲେ । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷମାନେ ମତ ବ୍ୟକ୍ତ କରିଥିଲେ ।
ସୂଚନା ଅନୁଯାୟୀ, ପୁରୀ ରଥଯାତ୍ରାର ଫଟୋ ଉଠାଇବାକୁ ଯାଉଥିବା ବେଳେ ଅଶୋକ ପଣ୍ଡା ଦୁର୍ଘଟଣାର ଶୀକାର ହୋଇଥିଲା । ପରେ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।