ସୋମବାର ଦିନ ଭୁଲରେ ବି ଏହି ଗୋଟିଏ ଜିନିଷ ଖାଆନ୍ତୁ ନାହିଁ, ଲାଗିଥାଏ ମହାପାପ !

0

ବବନ୍ଧୁଗଣ ସୋମବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ। ଆମର ଜ୍ୟୋତିଷ ଶାସ୍ତ୍ର ବାସ୍ତୁଶାସ୍ତ୍ରରେ ଏହି ସୃଷ୍ଟିରେ ଘଟୁଥିବା ବଡ଼ ବଡ଼ ଘଟଣାର ସମ୍ବଦ୍ଧ ଆମର ଜୀବନ ସହ ଯୋଡ଼ି ରହିଥାଏ ଏବଂ କିଛି ବିଶିଷ୍ଟ ଗଣନାମାନ ଅନୁସାରେ ଏହି ଘଟଣା ଆମ ଜୀବନରେ କଣ ପ୍ରଭାବ ପକେଇଥାଏ ଏହାର ଅନୁମାନ କରାଯାଇଥାଏ।

ବନ୍ଧୁଗଣ ସପ୍ତାହରେ ୭ ଦିନ ହୋଇଥାଏ। ଯାହାକୁ ବାର କୁହାଯାଏ। ରବିବାର, ସୋମବାର, ମଙ୍ଗଲବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର। ଏହି ସାତ ବାରର ବିଶିଷ୍ଟ ନାମ ରହିଛି। ଯାହାକି ଗ୍ରହ ମାନଙ୍କ ହିସାବରେ ରଖାଯାଇଛି। ଯାହାକି ଆମେ ଆମ ଆଖିରେ ଦେଖିପାରିଥାଉ। ପ୍ରତ୍ୟକ ବାରର ସମ୍ବଦ୍ଧ କୌଣସି ନାଁ କୌଣସି ଭଗବାନଙ୍କ ସହ ଯୋଡି ହୋଇରହିଥାଏ। ଯେଉଁ ଦେବତାଙ୍କର ବାର ହୋଇଥାଏ ସେହି ଦିନ ସେହି ଦେବତାଙ୍କର ଶକ୍ତି ଅଧିକ ପ୍ରଭାବଶାଳୀ ହୋଇଥାଏ। ଯଦି ଆମେ ସେହିଦିନ ସେହି ଭଗବାନଙ୍କ ସମ୍ବଦ୍ଧିୟ ନିୟମର ପାଳନ କରିବା ତାହେଲେ ଆମର ଜୀବନରେ ଏହାର ବିଶେଷ ପ୍ରଭାବ ପଡିଥାଏ। ଏଥିପାଇଁ ଆମେ ଜାଣିବା ଜରୁରୀ ଅଟେ। କେଉଁ ଦିନ କେଉଁ ଭଗବାନଙ୍କ ଉପାସନା କରିବା ଉଚିତ ଓ କେଉଁ କାମ କରିବା ଉଚିତ ନୁହେଁ। ଆଜି ଆମେ ସପ୍ତାହର ପ୍ରଥମ ବାର ଅର୍ଥାତ ସୋମବାର ଦିନ କେଉଁ ଭଗବାନଙ୍କ ପୂଜା କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ କେଉଁ ବ୍ରତ କରିବା ଉଚିତ କଣ ଖାଇବା ଉଚିତ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ ସବୁ କଥା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ। ଯାହା ଦ୍ୱାରା ଆପଣ ଏହି ସବୁ ନିୟମର ପାଳନ କରି ଦିନର ଆରମ୍ଭ ଠାରୁ ରାତି ପର୍ଯ୍ୟନ୍ତ ଶୁଭ ବନେଇ ପାରିବେ। ତେବେ ଆସନ୍ତୁ ଜାଣିବା ସୋମବାର ଦିନ କଣ କରିବା ଉଚିତ।

ସପ୍ତାହର ପ୍ରଥମ ଦିନ ସୋମବାର ଭଗବାନ ଶିବଙ୍କର ଆରାଧନାର ଦିନ ହୋଇଥାଏ। ସେମିତିରେ ଏହି ଦିନର ଅଧିପତି ସୋମ ଏବଂ ଚନ୍ଦ୍ର ମଧ୍ୟ ଅଟନ୍ତି। ସେଥିପାଇଁ ଏହି ଦିନକୁ ସୋମବାର କୁହାଯାଇଛି। ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କର ଆରାଧନା କରାଯାଇଥାଏ ଏବଂ ବ୍ରତ ରଖାଯାଇଥାଏ। ସୋମବାରକୁ ରଖାଯାଇଥିବା ବ୍ରତ ଶୀଘ୍ର ଫଳଦାୟୀ ହୋଇଥାଏ। ସେଥିପାଇଁ ଭଗବାନ ଶିବଙ୍କ ଭକ୍ତ ଏହି ଦିନ କୌଣସି ଇଛାର ପୂର୍ତ୍ତି ପାଇଁ ତଥା ସୁଖ ଶାନ୍ତି ସମୃଦ୍ଧି ପାଇଁ ସୋମବାର ବ୍ରତ ରଖିଥାନ୍ତି। ବୈବାହିକ ଜୀବନ ସୁଖମୟ ହେବା ପାଇଁ ତଥା ଭଲ ଜୀବନସାଥୀ ପାଇବା ପାଇଁ କାମନା ସହିତ କୁଆଁରୀ ଝିଅମାନେ ବିଶେଷ ଭାବରେ ସୋମବାରର ବ୍ରତ ରଖିଥାନ୍ତି।

ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନକୁ ବିଶେଷ ରୂପରେ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କ ସହ ଯୋଡି ଦେଖାଯାଇଥାଏ। ଏଥିପାଇଁ ଏହି ଦିନ ସବୁ କାମ କରିବା ଉଚିତ। ଯାହା ସବୁ ଭଗବାନ ଶିବଙ୍କୁ ପ୍ରିୟ ହୋଇଥାଏ। ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗାଜଳ ଅର୍ପଣ କରିବା ଶୁଭ ହୋଇଥାଏ। ଏବଂ ଭଗବାନ ଶିବଙ୍କ ପ୍ରିୟ ବେଲପତ୍ର ଚଢ଼େଇବା ଉଚିତ। ତା ସହିତ ଭଗବାନ ଶିବଙ୍କୁ ଚନ୍ଦନର ଲେପ ମଧ୍ୟ ଲଗେଇଲେ ଭଲ ହୋଇଥାଏ। ଏବଂ ଭଗବାନ ଶିବଙ୍କୁ ଗାଈ କ୍ଷୀର ଅର୍ପଣ କରିବା ବହୁତ ଭଲ ମାନାଯାଇଥାଏ। ଏମିତି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହୋଇଥାଏ।

ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ସୋମବାର ଦିନ ଧଳା ଜିନିଷ ଯେମିତି କ୍ଷୀର ଦହି ଧଳା ଫୁଲକୁ ବିଶେଷ ରୂପରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଏବଂ ଧଳା ଜିନିଷର ଭୋଗ ଲଗେଇ ଏହି ଦିନ ଆପଣ ବି ଧଳା ରଙ୍ଗର ଜିନିଷ ଖାଆନ୍ତୁ। ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ବର୍ଷା ହେବ। ଏହା ସହିତ ସୋମବାର ଦିନ ଧଳା ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ମାନାଯାଇଥାଏ।

Leave a comment