ଜଳିଗଲେ ୭ ଚାଷୀ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲାରେ ।
ଅଟୋରେ ଯିବା ବେଳେ ଏହା ଉପରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ପଡ଼ିଥିଲା । ଫଳରେ ସଙ୍ଗେ ସଙ୍ଗେ ଅଟୋଟି ଜଳିଯାଇଥିଲା । ଫଳରେ ଅଟୋରେ ଥିବା ୭ ଜଣ ଚାଷୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ କୌଣସି ମତେ ଅଟୋ ଚାଳକ ବର୍ତ୍ତି ଯାଇଛନ୍ତି ।
ସେହିପରି ଜଣେ ମହିଳା ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ଏପରି ଅଘଟଣ ହେଲା, ସେନେଇ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି ପୋଲିସ ।