କେଇଲା ଖଣିରେ ଫସିଛନ୍ତି ୧୩ ଶ୍ରମିକ: ଉଦ୍ଧାର ପାଇଁ ମେଘାଳୟ ଗଲା ଓଡିଶା ଟିମ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଘାଳୟର କାଶା ଗାଁରେ ଥିବା କେଇଲା ଖଣିରେ କାମ କରୁଥିବା ୧୩ଜଣ ଶ୍ରମିକ ଫସିରହିଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଏମ୍‌ଏ ଓଡ଼ିଶା ସରକାରଙ୍କୁ ସାହାର୍ଯ୍ୟ ମାଗିଥିଲେ । ସେମାନଙ୍କ ଅନୁରୋଧକ୍ରମେ ସ୍ବତନ୍ତ୍ର ରିଲିଫ କମିଶନର ଓଡ଼ିଶା ଅଗ୍ନିଶମ ବିଭାଗକୁ ସାହାର୍ଯ୍ୟ ମାଗିଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ଅ୍‌ଗ୍ନିଶମ ଡିଜି ବି.କେ ଶର୍ମା ବାଛିଥିବା ୨୦ ଜଣ ଅଗ୍ନିଶମ କର୍ମଚାରୀ ଆଜି ବରମୁ୍‌ଣ୍ଡା ଫାୟାର ଷ୍ଟେସନରୁ ବାହାରିଛନ୍ତି । ସେମାନେ ସାଥିରେ ୧୫ଟି ଉଚ୍ଚ କ୍ଷମତା ବିଶିଷ୍ଟ ପାଣି ପମ୍ପ ଓ ଅନ୍ୟ କିଛି ସରଞ୍ଜାମ ନେଇଥିବା ଜଣାପଡିଛି ।

ସୂଚନାଥାଉ କି, ମେଘାଳୟ ଜଇଁତିଆ ପର୍ବତମାଳାରେ ଏକ କୋଇଲା ଖଣିରେ କାମ କରୁଥିବା ବେଳେ ଅତଡା ଖସିବାରୁ ତା ଭିତରେ ୧୫ ଜଣ ଶ୍ରମିକ ଫସି ରହିଛନ୍ତି । ଗତ ୧୩ତାରିଖରୁ ସେମାନେ ଫସି ରହିଥିଲା ବେଳେ ଖଣି ନିକଟରେ ଏକ ନଦୀ ଥିବାରୁ ଏହାର ପାଣି ଖଣି ଭିତରକୁ ପଶୁଛି । ଯାହାକି ଉଦ୍ଧାର କାର୍ଯ୍ୟରେ ବାଧା ସୁଷ୍ଟି କରୁଛି । ତେଣୁ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଏମ୍‌ଏ ଓଡିଶା ସରକାରଙ୍କୁ ସାହାର୍ଯ୍ୟ ମାଗିଥିଲେ ।

Leave a comment