ବିଏମସିରେ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ତାଗିଦ୍
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଧିରେ ଧିରେ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏଣୁ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ ବିଏମସିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ବିଏମସି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରିନସପାଲ୍ ସେକ୍ରେଟାରୀ ନିକୁଞ୍ଜ ଧଳଙ୍କ ଚିଠି । ଚିଠିରେ ତାଗିଦ୍ କରାଯାଇଛି, ବିଏମସିରେ ଟିକାକରଣ ଉତ୍ସାହଜନକ ନୁହଁ । ୧୨ରୁ ୧୪ ବର୍ଷ ବୟସ ବର୍ଗର ୪୨ ହଜାର ୬୨୭ ଜଣଙ୍କୁ ଟିକାକରଣ କରିବାର ଥିଲା।
କିନ୍ତୁ ଆଜି ଯାଏଁ ମାତ୍ର ୧୬ ହଜାର ୬୨୭ ଜଣ ପ୍ରଥମ ଡୋଜ୍ ନେଇଛନ୍ତି । ମାତ୍ର ୩୯ ପ୍ରତିଶତ ଲକ୍ଷ୍ୟପୂରଣ ହୋଇଛି । ସେହିପରି ୧୫ ରୁ ୧୭ ବର୍ଷ ବୟସ ବର୍ଗର ୬୨ ହଜାର ୬୮୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଟିକା ନେଇଛନ୍ତି ମାତ୍ର ୫୦ ହଜାର ୬୫୧ ଜଣ । ୮୧ ପ୍ରତିଶତ ଲକ୍ଷ୍ୟପୂରଣ ହୋଇଛି । ସବୁଠାରୁ ନୈରାଶ୍ୟଜନକ ହେଇଛି ପ୍ରିକସନ୍ ଡୋଜ୍ । ଆଜିଯାଏଁ ୯୯୩ ଜଣ ସ୍ବାସ୍ଥ୍ୟକର୍ମୀ, ୧୬ ହଜାର ୮୦୪ FLW (Field Level Worker) ପ୍ରିକସନ୍ ଡୋଜ୍ ନେଇଛନ୍ତି । ୬୦ ବର୍ଷରୁ ଅଧିକ ବର୍ଗ ବୟସର ମାତ୍ର ୬୬ ହଜାର ୧୬୪ ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି ।