ଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଞ୍ଜନଗର ପାୱାର ହାଉସ ଛକ ନିକଟରେ ରହୁଥିବା ୟୂ.କେଦାର ପାତ୍ର (୪୫)ଙ୍କୁ ତାର ଶ୍ୱଶୁର ଘର ଲୋକେ ବୁଧବାର ରାତିରେ ମାରି ରାସ୍ତା କଡ଼ରେ ଫୋପାଡ଼ି ଦେଇଛନ୍ତି । ଏ ନେଇ ଗୁରୁବାର ଭଞ୍ଜନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, କେଦାର ୧୦ବର୍ଷ ପୂର୍ବେ ବ୍ରାହ୍ମଣିଗାଁ ଥାନା ନିକଟସ୍ଥ ଗଦାପୁର ଗ୍ରାମର କନ୍ୟାକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ୩ଟି ଝିଅ ଅଛନ୍ତି । ଗତ କିଛି ଦିନ ହେବ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେଉଥିବାରୁ କନ୍ୟାକୁମାରୀ ଗତ ମାସରେ ୨ ଝିଅଙ୍କୁ ନେଇ ବାପ ଘରକୁ ଚାଲି ଯାଇଥିଲେ । ତେବେ ମଙ୍ଗଳବାର କେଦାର ସ୍ତ୍ରୀଙ୍କୁ ବୁଝାଇବାକୁ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଶ୍ୱଶୁର ଘର ଲୋକେ କେଦାରଙ୍କୁ ମାରି ଭଞ୍ଜନଗର ମୁଖ୍ୟ ଡାକ କାର୍ଯ୍ୟାଳୟ ସମ୍ମୁଖରେ ଫୋପାଡ଼ି ଦେଇଥିବା କେଦାରଙ୍କ ସାନ ଭାଇ ଥାନାରେ ଅଭିଯୋଗ କରିଛନ୍ତି । କେଦାରଙ୍କ ବେକ, ତଣ୍ଟି, ପିଠି ଓ ବିଭିନ୍ନ ସ୍ଥାନରେ ଏକାଧିକ କ୍ଷତ ଚିହ୍ନ ରହିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି ।

Leave a comment