ନାମାଙ୍କନ ଦାଖଲ କଲେ ଯଶୱନ୍ତ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା। ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସପାର ଅଧ୍ୟକ୍ଷ ଅଖିଳେଶ ଯାଦବ, ଏନସିପିର ମୁଖ୍ୟ ଶରଦ ପାୱାର, ମଲ୍ଲିକାର୍ଜୁନ ଖାରଗେ ସମେତ ଅନ୍ୟ ବିରୋଧୀ ନେତା ଉପସ୍ଥିତ ଥିଲେ ।

ନାମାଙ୍କନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ ଏବଂ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ସମର୍ଥନ ମାଗିଥିଲେ ଯଶୱନ୍ତ ସିହ୍ନା । ୮୪ ବର୍ଷୀୟ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଅର୍ଥ ଏବଂ ବୈଦେଶିକ ମନ୍ତ୍ରୀ ଥିଲେ ।

Leave a comment