ରଥଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ରଥଯାତ୍ରା ଆସୁଛି ସେଥିପାଇଁ ଭିଡ ହେବ । ଏନେଇ ସମସ୍ତଙ୍କୁ ସାବଧାନ ରହିବାକୁ ପଡିବ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏବେ ସଂକ୍ରମଣ ବଢିଛି । ସେଥିପାଇଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଲକ୍ଷଣ ଥିଲେ ଭିଡକୁ ନ ଯିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ତେବେ ଭିଡକୁ ନ ଯାଇ ଘରେ ବସି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ କହିଛନ୍ତି । ସେହିପରି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ ଏବଂ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ସେ କହିଛନ୍ତି । ସେହିପରି ପୁରୀ ଷ୍ଟେସନ, ବସଷ୍ଟାଣ୍ଡ ଏବଂ ବଡଦାଣ୍ଡରେ ହେଲଥ କ୍ୟାମ୍ପ ଖୋଲିବ । ତେଣୁ ଲକ୍ଷଣ ଥିଲେ ହେଲଥ କ୍ୟାମ୍ପ ଯାଇ ଚିକିତ୍ସା କରାଇବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave a comment