ମୁଖ୍ୟମନ୍ତ୍ରୀ ଆସିଲେ ବସ୍ ଧର୍ମଘଟ ନିଷ୍ପତ୍ତି ହେବ : ମନ୍ତ୍ରୀ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁଲାଇ ୧ ତାରିଖରୁ ବସ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ତେବେ ଆଲୋଚନା ସମ୍ପର୍କରେ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଏନେଇ ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ୧୦ ଦଫା ଦାବି ନେଇ ଆଲୋଚନା କରାଯାଇଥିବା ସଂଘ ସମ୍ପାଦକ କହିଛନ୍ତି । ରଥଯାତ୍ରା ଥିବାରୁ ଘରୋଇ ବସ ବନ୍ଦ ନ କରିବାକୁ ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ବାହାରକୁ ଯାଇଛନ୍ତି, ଆସିଲେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ଆସନ୍ତାକାଲି କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି । କାଲି କାର୍ଯ୍ୟକାରୀ କମିଟି ବୈଠକରେ ଯାହା ନିଷ୍ପତ୍ତି ହେବା ତାହା ଜଣାଇବୁ । ଆନ୍ଦୋଳନ ନିଷ୍ପତ୍ତିରୁ ଓହରିନୁ, କାଲି ଏନେଇ ନିଷ୍ପତ୍ତି ନେବୁ ବୋଲି ସଂଘ ସମ୍ପାଦକ କହିଛନ୍ତି ।

Leave a comment