ପୋଲିସଙ୍କ ଘରୁ ଲୁଟିଲେ ଦୁର୍ବୃତ୍ତ; ଥାନାରେ ଏତଲା

0

ମାହାଙ୍ଗା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୋଲିସ ଏଏସଆଇ ସୁଧାଂଶୁ ସାମଲଙ୍କ ଘରୁ ଲୁଟ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ସୁଧାଂଶୁ ଅନୁଗୋଳ ପୋଲିସ ଟ୍ରେନିଂ ସେଣ୍ଟରରେ ଟ୍ରେନର ଅଛନ୍ତି । ସେହିପରି ତାଙ୍କ ପତ୍ନୀ ଅନୁଗୋଳ ଏସପି ଅଫିସରେ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି । ସୁଧାଂଶୁଙ୍କ ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ।

ସୁଧାଂଶୁ ଘରୁ ଚୋରମାନେ ତାଲା ଭାଙ୍ଗି ଆସବାବପତ୍ର ସହିତ ଗହଣାଗଣ୍ଠି ନେଇଯାଇଛନ୍ତି । ଏନେଇ ମାହାଙ୍ଗା ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Leave a comment