ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ୪୪ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇସାରିଛି। କିନ୍ତୁ ଏହା ଜୁନ୍ର ନିଅଣ୍ଟିଆ ବର୍ଷା ପରିମାଣକୁ କମାଇ ପାରିବ ନାହିଁ। ଜୁନ୍ ୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟରେ ୪୪ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇସାରିଛି। ଆଞ୍ଚଳିକ ପାଣିପାଗର ସୂଚନାନୁଯାୟୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଂଜାମ, ବୌଦ୍ଧ, ଅନୁଗୁଳ, କଟକ, ଢ଼େଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ୨୮ ତାରିଖ ଯାଏଁ ବିଶେଷ ବର୍ଷା ସମ୍ଭବନା ନଥିବା ସୂଚନା। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ମୌସୁମୀ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇନଥିବାରୁ ମୌସୁମୀ ବାୟୁ ପ୍ରବାହରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ବର୍ତ୍ତମାନ ଆରବସାଗର ବା ବଙ୍ଗୋପସାଗର ନିକଟରେ ଲଘୁଚାପ ସୃଷ୍ଟିହେବାର ସଙ୍କେତ ମିଳୁ ନାହିଁ।