ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ତେଲ ବୋଝେଇ ଟ୍ରକ୍

0

ଭଦ୍ରକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ରିଫାଇନ ବୋଝେଇ ଟ୍ରକ୍ଟି ଏକ ଟ୍ରକ୍କୁ ପଛରୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଗଲା ଜଳି ଯାଇଛି। ଦୁର୍ଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବଞ୍ଚିଯାଇଛନ୍ତି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁଯାୟ, ତେଲ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ଆଉ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ତେଲ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇ ଜଳିଯାଇଥିଲା। ଟ୍ରକ ମଧ୍ୟରେ ଥିବା ଡ୍ରାଇଭର ଓ ହେଲପର ତୁରନ୍ତ ବାହାରକୁ ଡେଇଁ ପଡିଥିଲେ। ଟ୍ରକରେ ନିଆଁ ଲାଗିଥିବାରୁ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଭଣ୍ଡାରୀପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

Leave a comment