ଅପରାଧୀଙ୍କୁ ଗୁଳିକରି ହତ୍ୟାକର କହି ବିବାଦ ଘେରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅପରାଧୀ କୁ ଗୁଳି କରି ହତ୍ୟା କରିବା ଭଳି ବୟାନ ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡ଼ି କୁମାର ସ୍ୱାମୀ ବିବାଦ ଘେରକୁ ଆସିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଜଣେ ଏକାନ୍ତ ସହଯୋଗୀ ତଥା ଜେଡିୟୁ କର୍ମୀ ଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିବା ପରେ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ସର୍ବସାଧାରଣ ରେ ପୋଲିସ କୁ ଟେଲିଫୋନ ମାଧ୍ୟମରେ ନିର୍ଦ୍ଦେଶ ଦେବାକୁ ଯାଇ କହିଛନ୍ତି ଯେ “ସେ (ପ୍ରକାଶ)ଜଣେ ଭଲ ଲୋକ, କିଏ ତାଙ୍କୁ ମାରିଲା ମୁଁ ଜାଣିନାହିଁ, ହତ୍ୟାକାରୀ କୁ ଦୟା ନଦେଖାଇ ଗୁଳି କରି ହତ୍ୟା କର, କୌଣସି ଅସୁବିଧା ହେବନି”। ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ବକ୍ତବ୍ୟ କୁ ଜଣେ କେହି ସାମ୍ବାଦିକ ରେକର୍ଡ କରି ସାଧାରଣ ରେ ଭାଇରାଲ କରିଦେବାରୁ ମୁଖ୍ୟମନ୍ତ୍ରୀ ବିବାଦ ଘେରକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ବୟାନ ପାଇଁ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ କୁ ଘେରିଛନ୍ତି । ଏଭଳି ବକ୍ତବ୍ୟ ଦେଇଥିବା କଥା ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ସ୍ୱୀକାର କରିଥିବା ସହିତ ସେ ଭାବ ପ୍ରବଣ ହୋଇ ଏଭଳି ବକ୍ତବ୍ୟ ଦେଇଛନ୍ତି ବୋଲି ସଫେଇ ଦେଇଥିବା ବେଳେ ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ଜୋର ଧରିଛି ।