୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟିଲା ଭ୍ୟାନ

ବଡଦାଣ୍ଡରେ ଅଭାବନୀୟ ଘଟଣା

0

ପୁରୀ : ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି । ପୁଲିସ୍ ଡ୍ରାଇଭରଙ୍କୁ ଅଟକ ରଖିଛି।

Leave a comment