ଶୀତକାଳୀନ ଅଧିବେଶନ ନୂଆ ସଂସଦ ଭବନରେ ହେବ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୀତକାଳୀନ ଅଧିବେଶ ନୂଆ ସଂସଦରେ ହେବ ବୋଲି ରବିବାର ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ‘ନୂଆ ସଂସଦ ଭୁବନରେ ଶୀତକାଳୀନ ଅଧିବେଶନ ଆରମ୍ଭ କରିବାକୁ ଆମେ ଜୋର୍ସୋର୍ରେ ଉଦ୍ୟମ ଜାରି ରଖିଛୁ। ଏହି ବିଲ୍ଡିଂ ଆତ୍ମନିର୍ଭର ଭାରତର ଛବିକୁ ପ୍ରଦର୍ଶନ କରୁଛି।’ ଏହି ବିଲ୍ଡିଂଟି ଟେକ୍ନିକ୍ ଏବଂ ସୁରକ୍ଷା ଦୃଷ୍ଟିରୁ ପୁରୁଣା ବିଲ୍ଡିଂ ଠାରୁ ବେଶ୍ ଭଲ। ଏଥିପାଇଁ ସରକାର ଜୋର୍ସୋର୍ରେ ଉଦ୍ୟମ ଜାରି ରଖିଛନ୍ତି।
ସେ ଆହୁରି କହିଛନ୍ତି, ‘ଗତ ଦୁଇ ବର୍ଷ ଦେଶରେ କରୋନା ମହାମାରୀ ଚାରିଆଡେ ଆତଙ୍କ ଖେଳାଇଥିଲା। ତେବେ ସଂକ୍ରମଣ ସମୟରେ ବି ନୂଆ ସଂସଦ ଭବନର କାମରେ କୌଣସି ବାଧା ଆସିନଥିଲା। ବିଲ୍ଡିଂ ପ୍ରଡକ୍ଟିଭ ଉପର କୌଣସି ପ୍ରଭାବ ପଡିନଥିଲା।’
ସୂଚନା ଥାଉକି ନୂଆ ସଂସଦ ଭବନର ନାଁ ଏପିଜେ ଅବଦୁଲ୍ କଲାମଙ୍କ ନାମରେ ନାମକରଣ କରିବାକୁ ମେ ମାସରେ ମୋଦି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ବିରୋଧୀ। କଲାମଙ୍କ ନାଁରେ ନାମକରଣ କରି ଦେଶକୁ ସାମ୍ପ୍ରଦାୟିକ ସଦ୍ଭାବନାର ବାର୍ତ୍ତା ଦେବାକୁ ବିରୋଧୀ କହିଥିଲା। ଏହି ପ୍ରସ୍ତାବକୁ ନେଇ ବର୍ତ୍ତମାନ ସୁଧା କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ଚଳିତ ବର୍ଷ ଅକ୍ଟୋବର ମାସ ସୁଧା ନୂଆ ବିଲ୍ଡିଂରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।