ବଜ୍ରକାପ୍ତା ଉଦ୍ଧାର; ଏସଟିଏଫ୍ କବଜାରେ ୨ ବେପାରୀ

ସୋନପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସୋନପୁର ଜିଲ୍ଲା ଜୁଙ୍ଗୁରୀପାଲି ଥାନା ଆଗରେ ଶନିବାର ବିଳମ୍ବିତ ରାତିରେ ବଜ୍ରକାପ୍ତା ଡିଲ ଚାଲିଥିଲା । ଏହି ସମୟରେ ଏସଟିଏଫ୍ ଚଢାଉ କରିଥିଲା । ଚଢାଉରେ ୨ ଜଣଙ୍କୁ ଗିରଫ କରିଥିଲେ ଏସଟିଏଫ। ୫୦ ହଜାର ଟଙ୍କାର ଡିଲ୍ ବେଳେ ୯ କିଲୋର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ୨ ବେପାରୀ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଶଙ୍ଖୁଆ ଗାଁର ଅଶୋକ ବିଶୀ ଓ ଡୁଡୁକା ଗାଁର ଜୟକୁମାର ପଟେଲ ।
ଏହାସହିତ ବଜ୍ରକାପ୍ତାକୁ ଉଦ୍ଧାର କରି ଏସଟିଏଫ୍ ଟିମ ବିନିକା ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ ର୍ୱଜ୍ରକାପ୍ତାର ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଛି । ତେବେ ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାର ଓଜନ ପ୍ରାୟ କିଲୋର ଅଧିକ ହେବ ।