୧୮ ଜିଲ୍ଲାକୁ କାଳବୈଶାଖୀଜନିତ ୟେଲୋ ୱାର୍ଣ୍ଣିଂ ଜାରି

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ତଇତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପହଞ୍ଚିସାରିଥିବା ବେଳେ ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇପାରି ନାହିଁ । ରାଜ୍ୟର ପାଗ ଏବେ ଅନୁକୂଳ ରହିଥିବାରୁ ଆସନ୍ତା ୨ ଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟକୁ ଅଗ୍ରସର ହେବାର ସମ୍ଭାବନା ରହିଛି ।

ନୂଆପଡା, ବଲଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Leave a comment