ଚଣକ୍ୟ ନୀତି, ଯେଉଁ ସ୍ତ୍ରୀ ଙ୍କ ପାଖରେ ରହିଛି ଏହି ୫ଟି ଗୁଣ ତାଙ୍କ ସ୍ୱାମୀ ଅତ୍ୟନ୍ତ ଭାଗ୍ୟଶାଳୀ

0

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆମ ଜୀବନକୁ ମାର୍ଗ ଦର୍ଶନ କରାଇଥାଏ l କାରଣ ତାଙ୍କ ନୀତିକୁ ଗ୍ରହଣ କରି ଚନ୍ଦ୍ର ଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ଯାଇଥିଲେ l ଚାଣକ୍ୟ ନୀତି ମଣିଷ ଜୀବନ ରେ ବିଭିନ୍ନ ସମସ୍ୟାର ସମାଧାନ କରାଇ ଥାଏ l ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଚାଣକ୍ୟ ଙ୍କ ନୀତିକୁ ଅନୁସରଣ କରିଥାଏ, ସେ ଜୀବନ ରେ ପ୍ରତିଟି ସ୍ଥାନରେ ସଫଳତା ଲାଭ କରିଥାଏ l ଆଜି ର ନୀତିଶାସ୍ତ୍ର ରେ ଚାଣକ୍ୟ ନାରୀ ମାନଙ୍କର ସେହି ଗୁଣ ଗୁଡିକ ବିଷୟରେ କହିଛନ୍ତି ଯାହାକୁ ନେଇ ପୁରୁଷ ନିଜକୁ ଗୌରବାନ୍ୱିତ ମନେକରି ଥାଏ l

* ଧର୍ଯ୍ୟଶୀଳା ନାରୀ – କୁହାଯାଏ ଯେ ଯେଉଁ ମଣିଷ ଯେତେ ଅଧିକ ଧର୍ଯ୍ୟବାନ ସେ କଦାପି ହାରିଯାଏ ନାହିଁ l ସେହିଭଳି ଯେଉଁ ନାରୀ ଧର୍ଯ୍ୟଶାଳୀ ହୋଇଥାଏ ସେ କଦାପି ନିଜର ପରିବାରକୁ ମୁଣ୍ଡ ନୂଆଇଁବାକୁ ଦେଇ ନଥାଏ l ଏଭଳି ନାରୀ କଦାପି ତାର ସ୍ୱାମୀ ର ମୁଣ୍ଡ ନୁଆଁଇବାକୁ ଦେଇ ନଥାଏ l ଏଭଳି ନାରୀ ଯଦି ପୁରୁଷ ସହିତ ସହଯୋଗ କରିଥାଏ ତେବେ ସେହି ପୁରୁଷ କେଉଁଠି ହେଲେ ହାରି ନଥାଏ l

* ସଂଚୟ କରୁଥିବା ମହିଳା – ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ମହିଳା ନିଜ ପରିବାର ପାଇଁ ଅସୁବିଧା ସମୟରେ ସଂଚିତ ଧନରେ ସାହାଯ୍ୟର ହାତ ବଢ଼ାଇ ଥାଏ ସେହି ପୁରୁଷ ଖୁବ ଭାଗ୍ୟଶାଳୀ ଅଟେ l ଏପରି ପୁରୁଷ କୌଣସି ସ୍ଥାନରେ ହାରନ୍ତି ନାହିଁ l

* ବଚନ ରେ ମଧୁରତା ଥିବା ନାରୀ – ଜଣେ ନାରୀର ଯଦି କଥା କହିବାରେ ମଧୁରତା ଥିବ ସେ ଯେ କୌଣସି ପରିସ୍ଥିତି ର ଖୁବ ସହଜ ରେ ସରଳ କରି ପାରିବ l ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ର ସ୍ତ୍ରୀ ମିଠା କଥା କହି ପାରୁଥିବ ସେଭଳି ପୁରୁଷ ଭାଗ୍ୟଶାଳୀ ଅଟନ୍ତି l

* ଧାର୍ମିକ ଓ ସଂସ୍କାରି – ଯେଉଁ ନାରୀ ଧାର୍ମିକ ଓ ସଂସ୍କାରି ହୋଇଥାଏ ସେ କଦାପି ସେ ନିଜ ସନ୍ତାନ କୁ ଉଚିତ ସଂସ୍କାର ଦେଇ ଲାଳନ ପାଳନ କରିଥାଏ l ଏପରି ନାରୀ ଘରକୁ ସ୍ୱର୍ଗ କରିଥାଏ l

* ଶାନ୍ତ ସ୍ଵଭାଵ – ଶାନ୍ତ ସ୍ଵଭାଵ ମହିଳାଙ୍କ ଉପରେ ସର୍ବଦା ଲକ୍ଷ୍ମୀଙ୍କ କୃପା ରହିଥାଏ l ଏଭଳି ନାରୀମାନେ ବିପରୀତ ପରିସ୍ଥିତି ରେ ମଧ୍ୟ ଭାବି ଚିନ୍ତି କାମ କରନ୍ତି l

Leave a comment