ରବିବାର ଦିନ ପାଠ କରନ୍ତୁ କୁବେର ମନ୍ତ୍ର,ରହିବନି ଧନର ଅଭାବ

0

ରବିବାର ଦିନ ଟି ଭଗବାନ୍ ସୂର୍ଯ୍ୟ ଦେବଙ୍କ ଦିନ ଅଟେ । ଏହିଦିନ ଆମେ ସୂର୍ଯ୍ୟଦେବଙ୍କ ର ବିଧି ବିଧାନ ଭାବରେ ପୂଜା କରିଥାଉ । ଜ୍ୟୋତିଷ ଶାସ୍ତ୍ର ରେ ମାନ୍ୟତା ରହିଛି ଯେ ଏହିଦିନ ଯଦି ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୁଅନ୍ତି ତେବେ ଆୟୁ ବୃଦ୍ଧି, ଯଶ ବୃଦ୍ଧି ହୋଇଥାଏ ଓ ରୋଗରୁ ମୁକ୍ତି ମିଳିଥାଏ । କିନ୍ତୁ ରବିବାର ଦିନ ଯଦି ଆମେ ସୂର୍ଯ୍ୟ ଦେବଙ୍କ ପୂଜା ସହିତ କୁବେର ମନ୍ତ୍ର ପାଠ କରିବା ତେବେ ଧନ ର ଅଭାବ ରହିବ ନାହିଁ।

ରବିବାର ଦିନ ପାଠ କରନ୍ତୁ ଏହି ମନ୍ତ୍ର – * ‘ଓଁ ଅକ୍ଷୟ କୁବେରାୟ ବୈଶ୍ରବଣାୟ ଧନଧାନ୍ୟଧିପତାୟେ ଧନଧନ୍ୟସମୃଦ୍ଧି ମେ ଦେହି ଦପାୟ ସ୍ୱାହା ‘ । ଏହି ମନ୍ତ୍ରଟି ହେଉଛି ଅମୋଘ ମନ୍ତ୍ର । ଏହାକୁ ପାଠ କରିବା ଦ୍ୱାରା ଜାତକରେ ଥିବା ସମସ୍ତ ଆର୍ଥିକ ଅସୁବିଧା ଦୁର ହୋଇଥାଏ । ଏହି ମନ୍ତ୍ରଟିକୁ ପାଠ କରିବା ସମୟରେ ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହିବା ଉଚିତ୍ ।

* ଓଁ ଶ୍ରଙ୍ଗ ହୃଙ୍ଗ ବିତେଶ୍ୱରାୟ ନମଃ – ପ୍ରତି ରବିବାର ଦିନ ଆପଣ ସୂର୍ଯ୍ୟ ପୂଜନ ପରେ ଏହି ମନ୍ତ୍ର କୁ ପାଠ କରନ୍ତୁ । କିନ୍ତୁ ମନ୍ତ୍ର ପାଠ କରିବା ପୂର୍ବରୁ ଆଦିତ୍ୟ ସ୍ତୋତ୍ର ପାଠ ନିହାତି କରିବା ଆବଶ୍ୟକ । ଏହାଦ୍ବାରା ବ୍ୟବସାୟ ରେ ସଫଳତା ହାସଲ କରିବେ । * ମନ୍ତ୍ର ପାଠ କରିବା ସମୟରେ ନିଜ ମନର ନକାରାତ୍ମକ ଶକ୍ତି କୁ ଦୂରେଇ ଦେବେ ।

ତେବେ ଯାଇ ଏହି ମନ୍ତ୍ର ଆପଣଙ୍କ ମନରେ ଶକ୍ତି ସଂଚାର କରିବ । * ଉତ୍ତର ଦିଗ ହେଉଛି କୁବେରଙ୍କ ଦିଗ । ପ୍ରତି ରବିବାର ଦିନ ଏହି ଦିଗରେ ଗୋଟିଏ ତମ୍ବା ପାତ୍ର ରେ ଜଳ ପୂର୍ଣ୍ଣ କରି ରଖିବା ଦ୍ଵାରା ଗୃହ ରେ ଧନ ହାନି ହୋଇ ନଥାଏ । * ମାନ୍ୟତା ରହିଛି ଯେ ରବିବାର ଦିନ ସୂର୍ଯ୍ୟ ନାରାୟଣ ଙ୍କୁ ଆରାଧନା କରିବା ଦ୍ୱାରା ଜୀବନ ର ସମସ୍ତ ସଙ୍କଟ ଦୁର ହୋଇ ଯାଇଥାଏ ।

Leave a comment