ଆଜି ବିଜେଡିର ପ୍ରତିଷ୍ଠା ଦିବସ, କଂଗ୍ରେସ ପାଳୁଛି କଳା ଦିବସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜୁ ଜନତା ଦଳ(ବିଜେଡି) ୨୧ତମ ପ୍ରତିଷ୍ଠା ଦିବସ ପାଳୁଛି । ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ କାର୍ଯ୍ୟଳୟରେ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ଏମପି, ବିଧାୟକ, ଛାମୁଆ ସଂଗଠନର ନେତା ଓ କର୍ମୀମାନେ ଯୋଗଦେଉଛନ୍ତି । ଆଉ ମାସ କେଇଟା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଥିବାରୁ ଚଳିତ ବର୍ଷ ପ୍ରତିଷ୍ଠା ଦିବସ ସ୍ବତନ୍ତ୍ର ଗୁରୁତ୍ୱ  ବହନ କରୁଛି । ଦଳକୁ ବିଜୟୀ କରିବା ସହ ସଂଗଠନଗୁଡ଼ିକୁ କିପରି ଆହୁରି ମଜଭୁତ କରାଯିବ ସେ ନେଇ ସଭାପତି ଦଳୀୟ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ । ରାଜ୍ୟ ସରକାରଙ୍କ ବିିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇ ବିଜେଡି ପ୍ରତି ଜନସାଧାରଣଙ୍କ କିପରି ଅତୁଟ ଆସ୍ଥା ରହିବ ସେ ନେଇ କର୍ମୀମାନଙ୍କ ଉପରେ ଗୁରୁ ଦାୟିତ୍ୱ ଅର୍ପଣ କରିବେ ନବୀନ । 

ଅପରପକ୍ଷରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ନାରା ଦେଇ ଆଜି ରାଜ୍ୟବ୍ୟାପୀ ପଞ୍ଚାୟତ ସ୍ତରରେ କଂଗ୍ରେସ କଳା ଦିବସ ପାଳନ କରୁଛି । ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ କଳା ଦିବସ ପାଳନ କରୁଛନ୍ତି ।

Leave a comment