ବାହା ହେବାକୁ କହି ଆସିଲେନି ବିଧାୟକ ବର
ପ୍ରତାରଣା କଲେ ତିର୍ତ୍ତୋଲ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନିଜ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ । ପ୍ରେମିକା ସୋମାଲିକାଙ୍କ ସହ ଶୁକ୍ରବାର ଥିଲା ରେଜେଷ୍ଟ୍ରି ବିବାହ ତାରିଖ। ସୋମାଲିକା ସବ ରେଜିଷ୍ଟାର ଅଫିସରେ ପହଞ୍ଚି ଥିଲେ ହେଁ ବିଧାୟକଙ୍କ ଦେଖା ନଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ବିଜୟ ନ ଆସିବାରୁ ଶେଷରେ ଘରକୁ ଫେରିଛନ୍ତି ସୋମାଲିକା। ଏବେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ସୋମାଲିକା । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ସେ କହିଛନ୍ତି।
ଦିନରେ ଥିଲା କୋର୍ଟ ମ୍ୟାରେଜ୍। ରାତିରେ ରିଙ୍ଗ ସେରେମନି। ହେଲେ ଧୋକାବାଜ ବିଜେଡି ବିଧାୟକ ପ୍ରତାରଣା କରି ଛୁ। ରିସିଭ କରୁନାହାନ୍ତି ଫୋନ କଲ। କି ମେସେଜର ଦେଉନାହାନ୍ତି ରିପ୍ଲାଏ । ମେରୁନ୍ କଲରର ଡ୍ରେସ ପିନ୍ଧି ବିବ୍ରତ ମୁହଁରେ ବୁଲୁଥିବା ଏ ଯୁବତୀ ହେଉଛନ୍ତି, ସେହି ଧୋକାବାଜ ବିଜେଡି ବିଧାୟକଙ୍କ ପ୍ରେମିକା ସୋମାଲିକା।
ଦିବଙ୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ଗତ ନିର୍ବାଚନ ବେଳେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଲା। ଯେଉଁଥିରେ ପ୍ରେମିକା ସୋମାଲିକାଙ୍କ ସହ ଥିଲେ ବିଧାୟକ। ଭାଇରାଲ ଭିଡିଓ ତୁମ୍ବି ତୋଫାନ ପରେ ଉଭୟଙ୍କୁ ଗଣମାଧ୍ୟମକୁ ସାମ୍ନା କରିବାକୁ ପଡିଥିଲା। ଗତ ମାସ ୧୭ ତାରିଖରେ ଉଭୟଙ୍କ ବିବାହ ପାଇଁ ସହମିତି ପ୍ରକାଶ ପାଇଥିଲା।
ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ବିଜୟ ଶଙ୍କର । ସେ କହିଛନ୍ତି, ଆଜିକୁ ୩୦ ଦିନ ହେଲା କିନ୍ତୁ ୯୦ ଦିନ ମଧ୍ୟରେ ବିବାହ କରିବା କଥା । ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି ବୋଲି ବିଜୟ କହିଛନ୍ତି।