ସାନ୍ଧ୍ୟ ସମୟରେ ଭୁଲରେ କରନ୍ତୁ ନାହିଁ ଏହିସବୁ ଜିନିଷକୁ ଦାନ ନଚେତ,ପରିବାର ରେ ଆସିପାରେ ଘୋର ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଦାନ ଧର୍ମର ଅନେକ ମହତ୍ୱ ରହିଛି l ଶାସ୍ତ୍ରରେ ଦାନ କୁ ଖୁବ ମହତ୍ୱ ଦିଆଯାଇ ଥାଏ l କୁହାଯାଏ ଯେ ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l କିନ୍ତୁ ସନ୍ଧ୍ୟା ସମୟରେ ଦାନ ନୁହେଁ l ଏହା ଖୁବ ଅଶୁଭ ହୋଇଥାଏ, ଏହାଦ୍ୱାରା ଜୀବନରେ ଅଶାନ୍ତି ଉପୁଜି ଥାଏ l ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କେଉଁସବୁ ଜିନିଷ ଦାନ କରିବା ଉଚିତ ନୁହେଁ – – ସନ୍ଧ୍ୟା ସମୟରେ ଦୁଗ୍ଧ ଓ ଦହି ଦାନ କରିବା ଉଚିତ ନୁହେଁ l ଦୁଗ୍ଧ କୁ ମାତା ଲକ୍ଷ୍ମୀ ଓ ଦହିକୁ ଚନ୍ଦ୍ରମା ଙ୍କ ପ୍ରତୀକ ବୋଲି କୁହାଯାଏ l
ସନ୍ଧ୍ୟା ସମୟରେ ଏହି ୨ଟି ଜିନିଷ ଦାନ କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇ ନଥାଏ l – ସୂର୍ଯ୍ୟାସ୍ତ ସମୟରେ କାହାକୁ ଦହି ଦିଆ ଯାଏ ନାହିଁ l କୁହାଯାଏ ଯେ ଏହାଦ୍ୱାରା ଆପଣଙ୍କ ସୁଖ ସମୃଦ୍ଧି ଓ ବୈଭବ ରେ ବାଧାପ୍ରାପ୍ତ ହୋଇଥାଏ l – ସନ୍ଧ୍ୟା ସମୟରେ କାହାକୁ ରସୁଣ ଓ ପିଆଜ ଦାନ ଦିଆଯାଏ ନାହିଁ l ଏହି ୨ଟି ଜିନିଷର ସମ୍ବନ୍ଧ କେତୁଗ୍ରହ ସହିତ ରହିଥାଏ l ଏହି ଦୁଇଟି ଜିନିଷକୁ ଦାନ ଦେବା ଦ୍ୱାରା ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ l – ସନ୍ଧ୍ୟା ଓ ସକାଳ ସମୟରେ ମାତା ଲକ୍ଷ୍ମୀ ଗୃହକୁ ପ୍ରବେଶ କରି ଥାଆନ୍ତି l ତେଣୁ ଏହି ସମୟରେ କାହାକୁ ଉଦ୍ଧାର ଆକାରରେ ପଇସା ଦେବା ଉଚିତ ନୁହେଁ l ଏହାଦ୍ୱାରା ଲକ୍ଷ୍ମୀ ରୁଷ୍ଟ ହୋଇ ଥାଆନ୍ତି l