ଗାଧୋଇବା ପରେ ଭୁଲରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ ନଚେତ ହୋଇଯିବେ ଦରିଦ୍ର

ଆମ ହିନ୍ଦୁ ଧର୍ମ ବାସ୍ତୁଶାସ୍ତ୍ର ଆଧାରରେ ଚାଲିଥାଏ l ପ୍ରତ୍ୟେକ କାର୍ଯ୍ୟରେ ଆମେ ବାସ୍ତୁ ଶାସ୍ତ୍ରକୁ ଗୁରୁତ୍ୱ ଦେଇଥାଉ l ସେହିଭଳି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଗାଧୋଇବା ପରେ ଆପଣ କିଛିଟା କାର୍ଯ୍ୟକୁ ଆଦୌ କରିବା ଉଚିତ ନୁହେଁ l ଆମେ ଗାଧୋଇ ସାରିବା ପରେ ଗାଧୁଆ ଘରକୁ ପ୍ରାୟତଃ ଅସନା ଛାଡି ଦେଇଥାଉ l ଯାହାକି ଧାର୍ମିକ ଦୃଷ୍ଟିରୁ ଆଦୌ ଠିକ ନୁହେଁ l ଆସନ୍ତୁ ଜାଣିବା ଗାଧୋଇବା ପରେ କେଉଁସବୁ କାର୍ଯ୍ୟକୁ କରିବା ଉଚିତ ନୁହେଁ l
* ଗାଧୋଇବା ପରେ ଗାଧୁଆ ଘରକୁ ଆଦୌ ଅସନା ଛାଡିବା ଉଚିତ ନୁହେଁ l ଗାଧେଇ ସାରିବା ପରେ ଗାଧୁଆ ଘରକୁ ସଫା କରିଦେବା ଉଚିତ l ମାନ୍ୟତା ରହିଛି ଯେ ଗାଧୁଆ ଘର ଅସନା ରହିବା ଦ୍ୱାରା ରାହୁ କେତୁ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଯାହାର ପ୍ରଭାବରୁ ନକାରାତ୍ମକ ଶକ୍ତି ମଣିଷ ଉପରେ ପଡିଥାଏ l
* ଯେବେବି ଆପଣ ଗାଧୋଇ ଯାଉଛନ୍ତି ଗାଧୁଆ ଘରେ ଓଦା କପଡା ରଖିବା ଉଚିତ ନୁହେଁ l ଏହାଦ୍ୱାରା ଘରେ ରୋଗ ବୈରାଗ ଲାଗି ରହିଥାଏ ଓ ଜୀବନରେ ଅସନ୍ତୁଷ୍ଟ ଦେଖା ଦେଇଥାଏ l
* ଯେବେବି ଆପଣ ଗାଧଉଛନ୍ତି ସେତେବେଳେ ସର୍ବଦା ମୁଣ୍ଡରୁ ପାଣି ପ୍ରଥମେ ଢଳାନ୍ତୁ , ଏହାଦ୍ୱାରା ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ l
* ଓଦା କପଡା କଦାପି ଗାଧୁଆଘରେ ମାଡ଼ିକି ରଖିବା ଉଚିତ ନୁହେଁ l ଏହାକୁ ତୁରନ୍ତ ଶୁଖାଇଦେବା ଉଚିତ, ନଚେତ ଜୀବନରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ l
* ଆପଣ କଦାପି ଗାଧୋଇସାରି ଗାଧୁଆ ଘରେ ଚୁଟି ଫୋପାଡ଼ି ଆସନ୍ତୁ ନାହିଁ l ଏପରି କରିବା ଦ୍ୱାରା ଶନି ଦେବ ଓ ମଙ୍ଗଳ ଦେବ ଙ୍କ ପ୍ରଭାବ ଜୀବନ ଉପରେ ପଡିଥାଏ l ଯାହାଦ୍ୱାରା ଜୀବନରେ ବିଭିନ୍ନ ସଙ୍କଟ ଦେଖା ଦେଇଥାଏ ଓ ଉନ୍ନତି ରେ ବାଧକ ସାଜିଥାଏ l
* ଗାଧୋଇ ସାରିବା ପରେ ନଳ କୁ ଠିକ ଭାବରେ ବନ୍ଦ କରିବା ଉଚିତ l ପାଣି ପଡିବା ନଳ ରୁ ଠିକ ନୁହେଁ l ଏହାଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ଗାଧୁଆ ଘରେ କଦାପି ଖାଲି ବାଲ୍ଟି ଛାଡି ଆସିବା ଠିକ ନୁହେଁ l ଯଦି ଆପଣ ବାଲ୍ଟି ରେ ପାଣି ଭର୍ତି କରୁ ନାହାନ୍ତି ତେବେ ତାକୁ ଓଲଟା ଉଜାଡି ଦିଅନ୍ତୁ l ବାସ୍ତୁ ଶାସ୍ତ୍ର ଅନୁସାରେ ପାଣି ରଖୁଥିବା ପତ୍ରକୁ ଖାଲି ଛାଡିବା ଦ୍ୱାରା ଦରିଦ୍ରତା ମାଡି ଆସିଥାଏ l