ପାଓ୍ୱାର ରାଷ୍ଟ୍ରପତି ରେସ୍‌ରୁ ଆଉଟ୍!

0

ମୁମ୍ବାଇ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାଓ୍ୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଟୁପୁରଟାପୁର ଆରମ୍ଭ ହୋଇଥିଲା। ପରେ ମମତା ବାନାର୍ଜୀ, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏହା ଉପରେ ମୋହର ମାରିଥିଲେ। ହେଲେ ସୋମବାର ନିଜ ଦଳର ନେତାଙ୍କ ସହ ବୈଠକ ପରେ ଶରଦ ପାଓ୍ୱାର ଏଭଳି ଏକ ପ୍ରସ୍ତାବକୁ ଖାରଜ କରିଛନ୍ତି।

ଚିନି କଳ ନେଇ ପାଓ୍ୱାର ପରିବାର ଏବେ ତଦନ୍ତକାରୀ ସଂସ୍ଥାର ରାଡାରରେ ରହିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ସମର୍ଥନ ଦେଖିଲେ ଏନଡିଏ ପାଖରେ ବହୁତ୍ କମ୍ ରହିଛି। ଯାହାକୁ ସେ ବିଜେଡି ଏବଂ ଓ୍ୱାଇଏସଆର କଂଗ୍ରେସର ସମର୍ଥନ ଆଣି କରିପାରିବ। ତେଣୁ ସମ୍ବିଧାନର ଏହି ବଡ ପଦ ପାଇଁ ପ୍ରାର୍ଥୀ ହୋଇ କେନ୍ଦ୍ର ସରକାର ସହିତ ପାଓ୍ୱାର ନିଜର ବ୍ୟକ୍ତିଗତ ସମ୍ପର୍କ ଖରାପ କରିବାକୁ ଚାହୁଁନଥିବା ସୂଚନା ରହିଛି।

ସୋମବାର ପାଓ୍ୱାର ଏନସିପିର କ୍ୟାବିନେଟ୍ ସଦସ୍ୟଙ୍କ ସହ ବୈଠକ କରିଥିଲେ। ସେ କହିଥିଲେ, ରାଷ୍ଟ୍ରପତି ଦୌଡ଼ରେ ସାମିଲ ହେବାକୁ ଚାହୁଁନାହାନ୍ତି। ପାଓ୍ୱାର ମନା କରିବା ପରେ ଏବେ ମମତା କୁଆଡେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ନାଁ ଚିନ୍ତା କରୁଛନ୍ତି ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଦୁଇ ନାଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଏବଂ ଗୁଲାମ ନବୀ ଆଜାଦଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

Leave a comment