ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିଲ୍ଲୀରେ କୋଭିଡ ସଂକ୍ରମଣ ପୁଣି ଥରେ ବଢ଼ିଛି । ବିଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ବଢ଼ିବା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ବିଗତ ୧୩ ଦିନରେ ୩୪ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ୯ ଦିନ ଭିତରେ ଭେଣ୍ଟିଲେଟରରେ ମଧ୍ୟ ରୋଗୀ ସଂଖ୍ୟା ବଢ଼ିଛି । ଦିଲ୍ଲୀରେ ଏବେ ୧୨ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । କିନ୍ତୁ ଏବେବି ପରିସ୍ଥିତି ବିଗିଡିନାହିଁ ।

ଦିଲ୍ଲୀରେ ଏବେବି କୋଭିଡ ହସ୍ପିଟାଲରେ ୯୮ ପ୍ରତିଶତ ବେଡ ଖାଲି ରହିଛି । କୋଭିଡ ହେଲ୍‌ଥ କେୟାରରେ ମଧ୍ୟ କୌଣସି ରୋଗୀ ନାହାନ୍ତି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର କରୋନା ପୋଟାର୍ଲ ଅନୁସାରେ ସୋମବାର ସକାଳ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ୧୧୫ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ଅକ୍ସିଜେନ ବେଡରେ ୧୦୬ ଜଣ, ଆଇସିୟୁରେ ୪୦ ଜଣ ଓ ଭେର୍ଟିଲେଟରରେ ୧୨ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ଦିଲ୍ଲୀରେ ଏବେ ମୋଟ କୋଭିଡ ପଜିଟିଭ ସଂଖ୍ୟା ୨୪୪୨ ଅଛି । ତେବେ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ କୋଭିଡ ଅବସ୍ଥା ସାଧାରଣ ରହିଛି ।

Leave a comment