ଚଳିତବର୍ଷ କଟକରେ ବାଲିଯାତ୍ରା ହେବ
କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚଳିତବର୍ଷ କଟକରେ ବାଲିଯାତ୍ରା ଆୟୋଜିତ ହେବ । ଏନେଇ ସୁଚନା ଦେଇଛନ୍ତି ସୂଚନା ଦେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କୋଭିଡ ପାଇଁ ୨ ବର୍ଷ ବନ୍ଦ ଥିବା କଟକ ବାଲିଯାତ୍ରା ଏଥର ହେବ । କରୋନା ସ୍ଥିତି ରେ ସୁଧାର ଆସିଥିବାରୁ ବାଲି ଯାତ୍ରା କରାଯିବାକୁ ଯୋଜନା ରହିଛି ।
ଡିଆରଡିଏ ପିଡିଙ୍କୁ ବାଲିଯାତ୍ରା ନୋଡାଲ ଅଫିସର ରଖାଯିବ । ଏ ବର୍ଷ ବାଲିଯାତ୍ରା ହେବ ଓ ସମସ୍ତେ ଏହାର ଲାଭ ନେଇ ପାରିବେ । କରୋନାର ସ୍ଥିତି ସୁଧୁରିବା ପରେ ବାଲିଯାତ୍ରା କରାଯିବାର ସୂଚନା ଦେଲା କଟକ ଜିଲ୍ଲାପାଳ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ। ୭ ରୁ ୮ ଦିନ ଧରି ଚାଲିଥାଏ କଟକ ବାଲିଯାତ୍ରା ।