କାଳବୈଶାଖୀ ସମ୍ଭାବନା, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ କରି ସୂଚନା ଦେଇଛି, ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ଭିତରେ ମୌସୁମୀ ଛୁଇଁବ । ତାପମାତ୍ରାରେ ହ୍ରାସ ହେବ। ସେହିପରି ରାଜ୍ୟରେ ଏବେ ପ୍ରାକ ମୌସୁମୀର ପ୍ରଭାବ ଦେକଇବାକୁ ମିଳୁଛି । ସେହିପରି ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ୧୭ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛଇ । ଏନେଇ ଉକ୍ତ ୧୭ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୋନପୁର, ନୂଆପଡା, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି ।

Leave a comment