ଊକୁଣି ମରା ଔଷଧ ଲଗାଇ ୫ଗୁରୁତର

ଚାନ୍ଦବାଲି(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନ ଡିଅସାହିରେ ଊକୁଣି ମରା ଔଷଧ ଲଗାଇ ୫ଗୁରୁତର। ଏମାନଙ୍କ ଭିତରେ ୪ଜଣ ନାବାଳିକା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ଗତକାଲି ଊକୁଣି ଔଷଧ ଲଗାଇ ଏମାନେ ଖରାରେ ବସିବା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବେହୋସ ହୋଇପଡ଼ିଥିଲେ। ଅତ୍ୟଧିକ ଖରା ଓ ଗୁଳୁଗୁଳି ଯୋଗୁ ଏପରି ହୋଇଥିବା ଜଣାପଡିଛି। ତେବେ ପରିବାର ଲୋକ ତୁରନ୍ତ ଆରଡ଼ି ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ। ଏବେ ସମସ୍ତେ ଭଲ ଥିବା ଜଣାପଡିଛି।