ବର୍ଷା ଅନୁଭବ ପାରିବାରିକ ବିବାଦ: କଂପ୍ଲେନ୍ କେସ୍ କଲେ ବର୍ଷା
କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅନୁଭବ ମହାନ୍ତିଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ ସଦର ଏଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି ବର୍ଷା । ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି। ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିପାଇଁ ବର୍ଷାଙ୍କୁ ଦୁଇ ମାସର ମହଲତ ଦେିଛନ୍ତି କୋର୍ଟ।
ଅନୁଭବଙ୍କ ବିରୋଧରେ ଆଇପିସିର ଦଫା 506, 509, 501 ଓ ଆଇଟି ଆକ୍ଟର ଧାରା 67ରେ ଅଭିଯୋଗ ନେଇ ଏହି କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି । ବର୍ଷାଙ୍କ ପକ୍ଷରୁ ଦର୍ଶାଯାଇଛି, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି ଏବଂ ଏହା ଅଶାଳୀନ ତଥା ଅପମାନଜନକ । ଜଣେ ନାରୀ ଭାବେ ମର୍ଯାଦାପୂର୍ଣ୍ଣ ଜୀବନ ବଞ୍ଚିବା ତାଙ୍କର ଅଧିକାର ହୋଇଥିବାବେଳେ ବ୍ୟକ୍ତିଗତ ଜୀବନ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ନାନ କଥା ସୋସିଆଲ ମିଡିଆରେ କୁହାଯାଉଛି । ଏପରି କାର୍ଯ୍ୟ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ଦଣ୍ଡନୀୟ ବୋଲି ଦର୍ଶାଯାଇଛି । ଏଥିସହିତ ଧମକପୂର୍ଣ୍ଣ ପୋଷ୍ଟ ପ୍ରସଙ୍ଗରେ ମଧ୍ୟ ବର୍ଷା ଉଲ୍ଲେଖ କରିଛନ୍ତି ।