କାଉଣ୍ଟରରୁ ଟିକେଟ ପାଇଁ ରାତିରୁ ଲମ୍ବା ଲାଇନ୍

0

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ। ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଟିକେଟ ପାଇଁ ରାତିରୁ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି କ୍ରିକେଟପ୍ରେମୀ। ୧୨ ହଜାର ଟିକେଟ ପାଇଁ ୯ ଟି କାଉଣ୍ଟର ଥିବା ବେଳେ ହଜାର ହଜାର ଦର୍ଶକ ଲାଇନରେ ଠିଆ ହୋଇଛନ୍ତି। ବିଳମ୍ବିତ ରାତ୍ରରୁ ଟିକେଟ ନେବା ପାଇଁ ଲାଇନ ଲଗାଇଛନ୍ତି ଦର୍ଶକ।

Leave a comment