ଜୁନ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ବା ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି । ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀ ମୂଲ୍ୟାୟନ କରିଥିବା ସୂଚନା । ଏ ବର୍ଷ ୫ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଅନ୍ୟପକ୍ଷରେ ମୂଲ୍ୟାୟନ କେନ୍ଦ୍ରରୁ ହିଁ ଏବେ ପରୀକ୍ଷାର୍ଥୀ ମାନଙ୍କର ରୋଲ ନମ୍ବର ଆଧାରରେ ମାର୍କଗୁଡ଼ିକ ଅପଲୋଡ୍ କରାଯାଉଛି । ଏଥିଲାଗି ବୋର୍ଡ ପକ୍ଷରୁ ମେକର୍ ଓ ଚେକର୍ଙ୍କୁ ନିୟୋଜିତ କରାଯାଇଛି। ମୂଲ୍ୟାୟନ ହୋଇଥିବା ପରୀକ୍ଷାର୍ଥୀଙ୍କ ମାର୍କ ରୋଲ ନମ୍ବର ଅନୁସାରେ ମେକର୍ ଅପଲୋଡ୍ କରିବେ। ମୂଲ୍ୟାୟନ ହୋଇଥିବା ମାର୍କ ଠିକ୍ ଭାବେ ରୋଲ ନମ୍ବର ଆଧାରରେ ଅପଲୋଡ୍ ହୋଇଛି କି ନାହିଁ ତାହାକୁ ଚେକର୍ ଯାଞ୍ଚ କରିବା ଲାଗି ବ୍ୟବସ୍ଥା ରହିଛି। ତେବେ ଜୁନ ଶେଷ ସପ୍ତାହରେ ପ୍ରକାଶ ପାଇବ ପରୀକ୍ଷା ଫଳାଫଳ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

Leave a comment