ଋଣ ଓ ଚାକିରୀ କରାଇଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

0

ନବରଙ୍ଗପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଚାକିରୀ କରାଇ ଦେବାକୁ ଠକେଇ ଅଭିଯୋଗ। ପ୍ରଥମେ ଟଙ୍କା ଦିଅ ସବୁ କାମ ହେଇଯିବ।ନବରଙ୍ଗପୁର ଜିଲ୍ଲା କୁସୁମୀ ଗ୍ରାମର ସୁନୀଲ ହରିଜନ ଏମିତି କହି ଲୋକଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏପରି କହି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୨୧ ଜଣଙ୍କଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଯାଇଥିଲା।

ଏନେଇ ପ୍ରଥମେ ଅଭିଯୋଗ କରାଯାଇଥିଲା । ପରେ ଆଉ ୨୦ଜଣ ମଧ୍ୟ ସୁନୀଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ସୁନୀଲ ହରିଜନଙ୍କ ବିରୋଧରେ ନବରଙ୍ଗପୁର ପୋଲିସ ମାମଲା ଦାୟର କରି ତଦନ୍ତ ଚଳାଇଥିଲା । ଶୁକ୍ରବାର ନବରଙ୍ଗପୁର ପୋଲିସ ଅଭିଯୁକ୍ତ ଠକ ସୁନୀଲକୁ କୁସୁମୀ ଗ୍ରାମରୁ ଗିରଫ କରିଥିଲା। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛନ୍ତି ସେନେଇ ତଦନ୍ତ ଚଳାଇଛି ।

Leave a comment