ମନ୍ଦିରରୁ ୧୫ ଅଷ୍ଟଧାତୁ ମୁର୍ତ୍ତୀ ଚୋରୀ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମନ୍ଦିରରୁ ଚୋରି। ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରେ ପଛପଟେ ଜଗିଥିଲା ପୋଲିସ୍ କିନ୍ତୁ ମନ୍ଦିରରୁ 15ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରୀ କରି ନେଲେ ଦୁର୍ବୃତ୍ତ।

ଗତ କାଲି ରାତିରେ ଏହି ଚୋରି ହୋଇଥିବା ସୂଚନା। ଏହି ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା l ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀଙ୍କ ସମେତ ମୋଟ 15ଟି ମୂର୍ତ୍ତୀ ସହିତ ଠାକୁରଙ୍କ ମୁକୁଟ, ଖଡ଼ୁ ଏବଂ ଦାନବାକ୍ସ ଚୋରୀ ହୋଇଛି l ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ଏହି ମନ୍ଦିର କୁ ଦୁଇ ଜଣ ପୋଲିସ କର୍ମଚାରୀ ଯଗିଥିବା ବେଳେ ତାଙ୍କୁ ଚକମା ଦେଖାଇ ଚୋର ମନ୍ଦୀରରୁ ଚୋରୀ କରି ନେଇଛନ୍ତି । ଏଠି ବଡ ପ୍ରଶ୍ନ ଉଠୁଛି ପୋଲିସ ଥାଇ ଯଦି ମନ୍ଦିରରୁ ଚୋରୀ ହଉଛି ତେବେ ମନ୍ଦିରକୁ ସୁରକ୍ଷା ଦେବ କିଏ ? ଗତ କାଲି ମନ୍ଦୀରରେ ନିତିକାନ୍ତି ସାରି ପୂଜକ ରାତ୍ର ୧୦ ଟାରେ ମନ୍ଦିର ପହଡ଼ ପକାଇଥିଲେ।

ଆଜି ସକାଳୁ ପୂଜକ ମନ୍ଦିରକୁ ଆସି ଦେଖିଲେ ମନ୍ଦିର କବାଟର ତାଲା ଭଙ୍ଗା ଯିବା ସହିତ ମନ୍ଦିର ଖୋଲା ପଡ଼ିଥିଲା l ମନ୍ଦିର ଭିତରେ ସିଂହାସନରେ କେବଳ ନୃସିଂହଙ୍କ ମୂର୍ତ୍ତୀ ଛାଡ଼ି ଆଉ କୌଣସି ମୂର୍ତ୍ତୀ ନାହିଁ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Leave a comment