ଉତ୍ତର ପ୍ରଦେଶ: ଯାତ୍ରୀବସ୍-କାର ଦୁର୍ଘଟଣାରେ ୫ ମୃତ

କାନପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉତ୍ତର ପଦେଶର କାନପୁର (ଗ୍ରାମାଞ୍ଚଳ)ରେ ଏକ ରୋଡୱେଜ୍ ବସ୍ ଏବଂ କାର ମଧ୍ୟରେ ଧକ୍କା ହୋଇଛି । ଏଥିରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି । କାନପୁର (ଗ୍ରାମାଞ୍ଚଳ)ରେ ରୋଡୱେଜ୍ ବସ୍ ଓ କାର ଧକ୍କା ହେବାରୁ ଜଣେ ଶିଶୁ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୁସାନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । କାରରେ ଯାତ୍ରୀମାନେ ଚିତ୍ରକୁଟ ଯିବା ସମୟରେ ଦୁର୍ଘଟଣା ଘଟିଥିଲା ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର (ଗ୍ରାମାଞ୍ଚଳ) ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିବା ୫ ଜଣ ଲୋକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ସେହିପରି ୨ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆତତଙ୍କ ଚିକିତ୍ସା ଶୀଘ୍ର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।