ବଜ୍ରରାଜନଗର ଉପନିର୍ବାଚନ ନେଇ ସବୁ ବୁଥ୍ରେ ହେବ ଭୋଟର ସହାୟତା କେନ୍ଦ୍ର: ସିଇଓ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଜ୍ରରାଜନଗର ଉପନିର୍ବାଚନ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସବୁ ବୁଥ୍‌ରେ ହେବ ଭୋଟର ସହାୟତା କେନ୍ଦ୍ର ହେବ। ନେଇ ସିଇଓ ସୁଶୀଲ ଲୋହନୀ ପ୍ରେସମିଟ କରିଛନ୍ତି । ସେହିପରି ୨୭୯ ବୁଥରେ ମୋଟ ୨ ଲକ୍ଷ ୧୪ ହଜାର ଭୋଟର ମତଦାନ କରିବେ । ୨୭୯ ବୁଥରୁ ୨୨ଟି ନୂଆ ବୁଥ ଏବଂ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି ।

୫୦ ପ୍ରତିଶତ ବୁଥରେ ମତଦାନ ବେଳେ ୱେବ କାଷ୍ଟିଂ ହେବ । ୩୦ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ୍ ପ୍ରତିଷ୍ଠା କରାଯାଇଛି । ୫ଟି ପିଙ୍କ ବୁଥରେ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯିବ । ଝାରସୁଗୁଡା ଇଞ୍ଜିନିୟରିଂ କଲେଜରୁ ପୋଲିଂ ପାର୍ଟି ବିଭିନ୍ନ ବୁଥକୁ ଯିବେ । ୧୨୨୮ ପୋଲିଂ ଅଫିସର, ୧ ହଜାର ପୋଲିସ ଫୋର୍ସ ନିୟୋଜିତ ହେବେ । ୧୨ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟର ଦେଇ ପାରିବେ ଭୋଟ । ୪୮ ଘଣ୍ଟା ପୂର୍ବରୁ ବଜ୍ରରାଜନଗରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ।

Leave a comment