ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ଗୁଳି କରି ହତ୍ୟା କରାଯାଇଛି । ଦୁବୃତମାନେ ତାଙ୍କୁ ଅତିନିକଟରୁ ଗୁଳି କରିଥିଲେ । ଏପରିକି ତାଙ୍କ କାରରେ ନିଆଁ ଲଗାଇ ଦେଇଥିଲେ । ଗୁଳି ବିନିମୟରେ ମୁସେୱାଲାଙ୍କ ସମେତ ଅନ୍ୟ ତିନିଜଣଙ୍କୁ ମଧ୍ୟ ଗୁଳି ଲାଗିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ନିକଟରେ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା କର୍ମୀଙ୍କୁ ହଟାଯାଇଥିଲା ।

ପଞ୍ଜାବ ସରକାର ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି
ଆଜି ଅର୍ଥାତ ୨୯ ମଇ ରବିବାର ଦିନ ମାନସା ଜିଲ୍ଲାର ଜବାହରକେ ଗାଁରେ ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ପଞ୍ଜାବ ସରକାର ଗାୟକ ସିଦ୍ଧୁ ମୁସେୱାଲାଙ୍କ ସମେତ ୪୨୪ ଜଣଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସିଦ୍ଧୁ ମୁସେୱାଲା ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ମାନସାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ମୁସୱାଲାଙ୍କ ହତ୍ୟା ଉପରେ କଂଗ୍ରେସ ଟୁଇଟ୍‌ କରିଛି
ସିଦ୍ଧୁ ମୁସୱାଲାଙ୍କ ମୃତ୍ୟୁକୁ ନେଇ ଟୁଇଟ୍‌ କରି କଂଗ୍ରେସ ଦୁଃଖ ପ୍ରକାଶ କରିଛି । ଦଳ ଟ୍ୱିଟ୍‌ କରି କହିଛି ଯେ, ପଞ୍ଜାବର କଂଗ୍ରେସ ପ୍ରାର୍ଥୀ ତଥା ଦକ୍ଷ ସଂଗୀତଜ୍ଞ ସିଦ୍ଧୁଙ୍କ ହତ୍ୟା କଂଗ୍ରେସ ଦଳ ତଥା ସମଗ୍ର ଦେଶ ପାଇଁ ଏକ ବଡ଼ ଧକ୍କା ଦେଇଛି । ତାଙ୍କ ପରିବାର, ପ୍ରଶଂସକ ଏବଂ ବନ୍ଧୁମାନଙ୍କୁ ଆମର ଗଭୀର ସମବେଦନା ।

ଗତ ମାସରେ ସିଦ୍ଧୁ ମୁସୱାଲା ତାଙ୍କ ନୂତନ ଗୀତ ‘ବଲି କା ବକ୍ରା’ରେ ଆମ୍‌ ଆଦମୀ ପାର୍ଟି ଏବଂ ଏହାର ସମର୍ଥକଙ୍କୁ ଟାର୍ଗେଟ କରିବା ପରେ ଏକ ବିବାଦର ସମ୍ମୁଖୀନ ହୋଇଥିଲେ । ଏହି ଗାୟକ ତାଙ୍କ ଗୀତରେ ଇଇଚ ସମର୍ଥକଙ୍କୁ ‘ଗଦ୍ଦାର’ (ଦେଶଦ୍ରେ।।ହୀ) ବୋଲି କହିଥଲେ ।

ସିଦ୍ଧୁ ମୁସେୱାଲା ପଛରେ ଗ୍ୟାଙ୍ଗଷ୍ଟରଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି । କାନଡାରେ ରହି ସତବିନ୍ଦର ସିଂହ ଏହି ହତ୍ୟା ଷଡଯନ୍ତ୍ର ରଚିଥିବା କୁହାଯାଉଛି । ପୋଲିସ ଘଟଣାର ସନ୍ଦେହ କରୁଛି ।

Leave a comment