ମହିଳାମାନେ ନିଜ ଶରୀର ଏହି ସବୁ ପରିବର୍ତ୍ତନ କୁ ଅଣଦେଖା କରିବା ଉଚିତ ନୁହେଁ,ଜଣାନ୍ତୁ ହୋଇପାରେ ଜୀବନ ପ୍ରତି ବିପଦ

ମହିଳାମାନେ ପ୍ରାୟ ଅଧିକାଂଶ ସମୟରେ ବ୍ୟସ୍ତ ରହିଥାନ୍ତି l ଯାହାଦ୍ୱାରା ନିଜ ଶରୀର ମଧ୍ୟରେ ହେଉଥିବା ବିଭିନ୍ନ ପରିବର୍ତ କୁ ଅଣଦେଖା କରି ଦିଅନ୍ତି l କିନ୍ତୁ ଏହିସବୁ ପରିବର୍ତ୍ତମ ଭବିଷ୍ୟତ ରେ ଶରୀର ପାଇଁ କ୍ଷତି କାରକ ହୋଇପାରେ l ଯାହା ଜୀବନ ପ୍ରତି ବିପଦ ମଧ୍ୟ ଆଣିଥାଏ l
ଏହିସବୁ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ –
* ଓଜନରେ ଅଚାନକ ବୃଦ୍ଧି ପରିବର୍ତ୍ତନ: ଯଦି ଆପଣ ବିନା କୌଣସି ପ୍ରୟାସ ରେ ଅଚାନକ ଭାବରେ ଓଜନ ହ୍ରାସ କରିବା, ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ l ଏହା ମହିଳା ମାନଙ୍କୁ ସୂଚେଇ ଦେଇଥାଏ ମଧୁମେହ, ଥାଇରଏଡ, ଅବସାଦ ନଚେତ ଅନ୍ୟ ମେଟାବୋଲିଯିମ ରୋଗର ସଂକେତ ହୋଇପାରେ l ସେଥିପାଇଁ ତୁରନ୍ତ ଡାକ୍ତରଙ୍କୁ ସାକ୍ଷାତ କରନ୍ତୁ l
* ଅସାମାନ୍ୟ ସ୍ତନ ରେ ଗେଟା ଦେଖାଯିବା : ଯଦି ଆପଣଙ୍କ ସ୍ତନରେ କୌଣସି ଗେଟା ଦେଖା ଯାଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ l ଏହା ସ୍ତନ କର୍କଟ ରୋଗର ଲକ୍ଷଣ ହୋଇପାରେ l
* ନିଶ୍ୱାସ ନେବାରେ ଯନ୍ତ୍ରଣା : ଅଧିକାଂଶ ସମୟ ମହିଳା ମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ l ଏହି ସମସ୍ୟା ସେତେବେଳେ ଦେଖା ଦେଇଥାଏ ଯେତେବେଳେ ମାଂସପେଶୀ ରେ ଠିକ ଭାବରେ ରକ୍ତ ସଂଚାଳନ ହୋଇ ନଥାଏ l ଯେଉଁ କାରଣରୁ ସାମାନ୍ୟ ହାର୍ଟ ଆଟାକ ସମ୍ଭାବନା ରହିଥାଏ l
* ହୃତ ସ୍ପନ୍ଦନ ଦ୍ରୁତ ଗତିରେ ହେବାର କାରଣ : ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା, ଆପଣଙ୍କ ବାହୁ ଓ କାନ୍ଧରେ ଯନ୍ତ୍ରଣା ଦେଖାଦେଇ ନିଶ୍ୱାସ ନେବାକୁ କଷ୍ଟ ହୋଇଥାଏ ତେବେ ଏହା ହାର୍ଟ ର ସମସ୍ୟା ହୋଇପାରେ l ଏହା କମ ବୟସର ଯୁବତୀ ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖା ଦେଇଥାଏ l
* ଅଚାନକ ଦୁର୍ବଳ ଲାଗିବ : ଅଚାନକ ଭାବରେ ଯଦି ମହିଳା ମାନଙ୍କୁ ଦୁର୍ବଳ ଲାଗୁଛି ତେବେ ଏହା ହାର୍ଟ ଆଟାକ ସମ୍ବନ୍ଧୀୟ ସୂଚନା ଦେଇଥାଏ l ଏହି ସମୟରେ ଚାଲିବାକୁ କଷ୍ଟ ଲାଗିବା, ଆଖିକୁ ଝାପ୍ସା ଦେଖାଯିବା ଇତ୍ୟାଦି l
* ମାସିକ ଋତୁସ୍ରାବ ରେ ପରିବର୍ତନ : ଅଧିକାଂଶ ସମୟରେ ମାସିକ ଧର୍ମ ବେଳେ ଯନ୍ତ୍ରଣା, ସ୍ରାବ ର ମାତ୍ରାରେ ପରିବର୍ତ୍ତନ ଦେଖା ଦେଇଥାଏ l ଏହି ପରିବର୍ତନ ସ୍ତ୍ରୀ ରୋଗର କାରଣ ହୋଇପାରେ l ଯେପରିକି ୟୁଟ୍ରସ କିମ୍ବା ଓଭାରି ରେ ସମସ୍ୟା ହୋଇପାରେ l