ଟମାଟୋ ଫ୍ଲୁକୁ ନେଇ ଆତଙ୍କିତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ଟମାଟୋ ଫ୍ଲୁକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏଥିପ୍ରତି ଅଧିକ ଭୟ କରିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ହାତ, ପାଦ ଓ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ ନୁହେଁ ବୋଲି ସେ କହିଛନ୍ତି । ଡା. ମହାପାତ୍ରଙ୍କ କହିବା ଅନୁଯାୟୀ, ଏଚ୍ଏଫ୍ଏମ୍ଡି ଫ୍ଲୁ ନେଇ ଆଇସିଏମ୍ଆର୍ କିମ୍ବା ଏନ୍ସିଡିସି କୌଣସି ଗାଇଡଲାଇନ ଜାରି କରିନାହିଁ ।

ସେହିପରି ଏଚ୍ଏଫ୍ଏମ୍ଡନେଇ ସର୍ଭେଲାନ୍ସକୁ ଜୋରଦାର କରିବା ପାଇଁ ସବୁ ଜିଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ରାଜ୍ୟରେ ଫ୍ଲୁ ରୂପ ବଦଳାଇ ଆସୁଥିବାରୁ ଆମକୁ ସତର୍କ ରହିବା ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସାମ୍ପୁଲ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି । ଆଇସୋଲେସନ (ସଙ୍ଗରୋଧ)ରେ ରହିବା ଆବଶ୍ୟକ । ଏଚ୍ଏଫ୍ଏମ୍ଡିକୁ ନିୟନ୍ତ୍ରଣକୁ ଆଣିବ ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି । ଲୋକଙ୍କୁ ସଚେତନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ସିଡିଏମଓଙ୍କୁ ମଧ୍ୟ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ସମସ୍ତ ହସ୍ପିଟାଲର ଶିଶୁ ବିଭାଗ ବା ଆଉଟଡୋରରେ ଯଦି ଏହି ଲକ୍ଷଣଜନିତ ରୋଗୀ ଆସୁଛନ୍ତି ସେମାନଙ୍କୁ ଟେଷ୍ଟ କରାଯାଇଛି । ସେମାନଙ୍କର କ’ଣ ଲକ୍ଷଣ ରହୁଛି ତାହା ଅଲଗା କିଛି ରୋଗ କି ନୁହେଁ ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହି ରୋଗରେ ଆତଙ୍କିତ ହେବାର ନାହିଁ । କୌଣସି ନିର୍ଦ୍ଦିଷ୍ଟ ମେଡିସିନ କି ଟିକା ନାହିଁ, ଯେଉଁ ଲକ୍ଷଣ ଆସୁଛି ସେହି ଲକ୍ଷଣ ଅନୁସାରେ ଚିକିତ୍ସା ହେଉଛି । ଲକ୍ଷଣ ଅନୁସାରେ ରୋଗୀଙ୍କୁ ଔଷଧ ପ୍ରଦାନ କରାଯାଉଛି ।’ ରୋଗର ଲକ୍ଷଣ ଦେଖାଗଲେ ରୋଗୀକୁ ଆଇସୋଲେସନରେ ରଖିବା ସହ ଲକ୍ଷଣ ଅନୁସାରେ ଚିକତ୍ସା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave a comment