କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପୁଣି ତାତି ବଢ଼ିଥିବା ବେଳେ ଆଶ୍ୱସ୍ତି ଆଣିଛି କାଳବୈଖାଖୀ । ଯେଉଁଭଳି ଭାବରେ ରାଜ୍ୟରେ ତାତିର ପ୍ରକୋପ ଜାରି ରହିଥିଲା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିଲା। ତେବେ ରାଜ୍ୟରେ ବର୍ଷା ହେଉଥିବାବେଳେ ଏଥିରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି। ସୋମବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀର ଓ ବୌଦ୍ଧରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । କାଳବୈଶାଖୀ ଯୋଗୁଁ ଉପକୂଳରେ ତାପମାତ୍ରା କମ ରହୁଥିବା ବେଳେ ପଞ୍ଚିମ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ତାପମାତ୍ରା ଅଧିକ ରହୁଛି।

ଗତକାଲି ବୌଦ୍ଧ ହରଭଙ୍ଗାରେ ସର୍ବାଧିକ ୮୮ ମିଲିମିଟର ରେକର୍ଡ ହେଇଥିବା ବେଳେ ବଲାଙ୍ଗୀରରେ ୬୪.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି କାଳବୈଶାଖୀର ପ୍ରଭାବ ଅଧିକ ରହିବା ସହ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି ।

Leave a comment