ବିଜେପି ହାତ ଛାଡ଼ିବେ ନୀତୀଶ!

0

ପାଟନା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଦ୍ମ ଛାଡ଼ିବେ ନୀତୀଶ କୁମାର । ସେ ବିଜେପି ହାତ ଛାଡ଼ି ଆରଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଛି । ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ନେଇ ଏଭଳି ଚର୍ଚ୍ଚା ବିଜେପି ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଦେଇଛି।

ନୀତୀଶ କୁମାର ଜେଡିୟୁ ବିଧାୟକମାନଙ୍କୁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ପାଟନା ନଛାଡ଼ିବା ଲାଗି ନିର୍ଦ୍ଦେଶ ଦେବାପରେ ଏଭଳି ଆଭାସ ମିଳୁଛି। ଇତିମଧ୍ୟରେ ନୀତୀଶ କୁମାର ଆସନ୍ତାକାଲି ରାଜଗୀର ଗସ୍ତ କରିପାରନ୍ତି। ଏହି ଗସ୍ତ ସମୟରେ ହିଁ ସେ କିଛି ବଡ଼ ଘୋଷଣା କରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି।

Leave a comment