ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

0

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ସମ୍ପୂର୍ଣ୍ଣ ହୋଇଛି ତିନି ରଥର ଚକ ଅଖ ଡେରା ନୀତି । ଶ୍ରୀମନ୍ଦିରରୁ ପୂଜା ପଣ୍ଡା ସେବକମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା । ଆଜିର ଏହି ଚକ ଅଖ ଡେରା ନିତୀ ସମ୍ପନ୍ନ ପରେ ଏବେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି ।

ଗତକାଲି ରାତିରୁ ପୁରୀରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଜି ଚକ ଅଖ ଡେରା ନୀତି ସମ୍ପାଦନ କରିବା ମହାରଣା ଓ ଭୋଇ ସେବକ ମାନଙ୍କ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ । ତେବେ ଆଜି ଚକ ଅଖ ଡେରା ନୀତି ନିର୍ଦ୍ଧିଷ୍ଟ ସମୟରେ ସମ୍ପାଦନ ହୋଇଥିବାରୁ ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ହେବା ନେଇ ସବୁଜ ସଂକେତ ମିଳିଛି । ଅନ୍ୟପଟେ ଚଳିତବର୍ଷ ଚକ ଅଖ ଡେରା ନୀତି ଦେଖି ଭକ୍ତମାନେ ଆତ୍ମବିଭୋର ହୋଇଛନ୍ତି ।

Leave a comment