ଜୁଆ ଆଡ୍ଡାରେ ଚଢଉ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ ଘଟଣାରେ୨୪ ଜଣ ଗିରଫ
ବାଲିପାଟଣା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ପେଶାଲ ସ୍କ୍ୱାର୍ଡର ଜୁଆଖେଳ ଉପରେ ଚଢାଉ ବେଳେ ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ମାଡ ମରାଯାଇଛି । ଏହି ଘଟଣାରେ ୨୪ ଜଣଙ୍କୁ ଗିରଫ କରିଛି ପୋଲିସ। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା କୃଷ୍ଣପୁର ଗାଁ ମେଲଣ ପଡିଆରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା।
ସେଠାରେ ଥିବା କିଛି ଲୋକଙ୍କୁ ପୋଲିସ ଲାଠିରେ ପିଟିବା ସହିତ କିଛି ଜୁଆ ଖେଳାଳୀଙ୍କୁ ଧରି ଗାଡିରେ ବସାଇଥିଲେ । ଏହି ସମୟରେ ଉତକ୍ଷିପ୍ତ ହୋଇଥିଲେ ସ୍ଥାନୀୟ ଲୋକେ । ସଂଘବଦ୍ଧ ହୋଇ ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ ।
ସେପଟେ ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ସ୍ପୋଶଲ ସ୍କ୍ୱାଡର ଗାଡିକୁ ଉଦ୍ଧାର କରିଥିଲେ । ତେବେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରାଯାଇଥିଲା । ପୋଲିସକୁ ମାଡ ମାରିବା ଅଭିଯୋଗରେ ଏଯାଏ ୨୪ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।