୩ ହଜାର କୋଟି ଟଙ୍କା ଚିଟ୍‌ଫଣ୍ଡ ଠକେଇ: କୋଲକାତାରୁ ଖବରକାଗଜ ସମ୍ପାଦକ ଗିରଫ

0

ଓଡିଶା ଫାଷ୍ଟ(ବ୍ୟୁରୋ): ୩ ହଜାର କୋଟି ଟଙ୍କା ଚିଟ୍‌ଫଣ୍ଡ ଠକେଇରେ ସମ୍ପୃକ୍ତ ଥିବା କୋଲକାତାର ଏକ ଦୈନିକ ଖବରକାଗଜର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟ ଙ୍କୁ ସିବିଆଇ ଗୁରୁବାର ଗିରଫ କରିଥିବା ବେଳେ ୩ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଆଇ କୋର ଚିଟ୍‌ଫଣ୍ଡ ସଂସ୍ଥାର ବିଭିନ୍ନ ସ୍କିମ ମାଧ୍ୟମରେ ତ୍ରିପୁରା, ପଶ୍ଚିମବଙ୍ଗ, ଓଡିଶା ଏବଂ ଉତ୍ତର ପ୍ରଦେଶରୁ ଜମାକାରୀଙ୍କଠାରୁ ୩ ହଜାର କୋଟି ଟଙ୍କା ଠକେଇ କରାଯାଇଥିବା ୨୦୧୪ରେ ଅଭିଯୋଗ ହୋଇଥିଲା । ସୁମନଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଏବଂ ତାଙ୍କର ଦିଶା ପ୍ରଡକ୍ସନ ଆଣ୍ଡ ମିଡିଆ ପ୍ରାଇଭେଟ ଲିମିଟେଡ୍‌ ଆକାଉଣ୍ଟକୁ ଆଇ କୋରର ପୁଞ୍ଜି ସ୍କିମ ଆକାଉଣ୍ଟରୁ ବଡ଼ ଅଂଶର ଅର୍ଥ କାରବାର ହୋଇଥିବା ନେଇ ସିବିଆଇକୁ ତଥ୍ୟ ମିଳିଥିଲା । ଏ ନେଇ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁମନଙ୍କୁ ଅନେକ ଥର ଜେରା କରାଯାଇଥିଲା । ଗତ ବୁଧବାର ମଧ୍ୟ ମଧ୍ୟ ସିବିଆଇ ସୁମନଙ୍କୁ କୋଲକାତାସ୍ଥିତ କାର୍ଯ୍ୟାଳୟକୁ ଡକାଇ ଜେରା କରିବା ପରେ ଗୁରୁବାର ଗିରଫ କରିଥିଲା । ଓଡିଶା ଚିଟଫଣ୍ଡ ଲିଙ୍କରେ ସମ୍ପୃକ୍ତିରେ ତଦନ୍ତ ଲାଗି ଶୁକ୍ରବାର ସୁମନଙ୍କୁ ଭୁବନେଶ୍ୱର ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା ।

ସୂଚନାଥାଉ କି, ଏହି ଠକେଇ ମାମଲାରେ ସିବିଆଇ ୨୦୧୭ରେ ଅନୁକୂଳ ମାଇତି ଏବଂ ତାଙ୍କ ସ୍ତ୍ରୀ କନିକାଙ୍କୁ ସିବିଆଇ ଗିରଫ କରିଥିଲା ।

Leave a comment