ମୋଦିଙ୍କ ଓଡିଶା ଗ୍ରସ୍ତ ପୂର୍ବରୁ ନବୀନଙ୍କ ମାଷ୍ଟର ଷ୍ଟୋକ, ‘ କାଳିଆ ‘ ଯୋଜନାରେ ଖୁସି କଲେ ଚାଷୀଙ୍କୁ, ପଢନ୍ତୁ କାହିଁକି ଚାଷୀ ଋଣ ଛାଡ କଲେନି ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଷୀଙ୍କୁ ଖୁସି କଲେ ନବୀନ । ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୪ ତାରିଖରେ ୧୪,୫୨୩ କୋଟି ପ୍ୟାକେଜ ଧରି ଓଡିଶା ଗସ୍ତରେ ଆସୁଛନ୍ତି । ତା ପୂର୍ବରୁ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ନବୀନଙ୍କ ମାଷ୍ଟର ଷ୍ଟୋକ । ଆଜି ସଚିବାଳୟରେ ବସିଥିବା କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥର ଜମି ମାଲିକ ନୁହେଁ ବରଂ ଭାଗଚାଷୀ ଓ ପ୍ରକୃତ ଚାଷୀ ଏହି ଘୋଷଣରୁ ଉପକୃତ ହେବେ । ଏହି ପ୍ୟାକେଜରୁ ୩୦ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଲାଭବାନ ହେବେ । ସେହିପରି ଖରିଫ ଓ ରବି ଚାଷ ପାଇଁ ଚାଷୀ ପରିବାରକୁ ୧୦ ହଜାରର ପର୍ଯ୍ୟନ୍ତ ସହାୟତା ମିଳିବ । କାଳିଆ ଯୋଜନାରେ ବୟସ୍କ ଚାଷୀ ଓ ଭୂମିହୀନ ଚାଷ ଶ୍ରମିକଙ୍କୁ ଜୀବନ ନିର୍ବାହ ପାଇଁ ବର୍ଷକୁ ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ଦେବେ ସରକାର । ସେଥିପାଇଁ ପ୍ରକୃତ ହିତାଧୀକାରୀଙ୍କୁ ଗ୍ରାମପଞ୍ଚାୟତ ସ୍ତରରେ ଚିହ୍ନଟ କରାଯିବ । ଏହାସହ ଏହି ଯୋଜନାରେ ଚାଷୀ ଓ ଭୂମିହୀନ କୃଷି  ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବେ ସରକାର । ଏହାଦ୍ୱାରା ୫୭ ଲକ୍ଷ ପରିବାର ଏହାର ଲାଭ ଉଠାଇ ପାରିବେ । ଯେଉଁ ଚାଷୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେବେ ସେମାନଙ୍କୁ ତାହାପାଇଁ କୌଣସି ସୁଧ ଦେବାକୁ ପଡ଼ିବନାହିଁ । ଏଥିପାଇଁ ଆଗାମୀ ତିନିବର୍ଷ ମଧ୍ୟରେ ୧୦,୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ପାଖାପାଖି ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।

ମୁଖ୍ୟମନ୍ତ୍ରୀ ଙ୍କ କହିବା ମୁତାବକ, ‘ଆମ ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଲକ୍ଷ ଚାଷୀ ଫସଲ ଋଣ ନିଅନ୍ତି । ସେମାନଙ୍କ ମଧ୍ୟରୁ କେବଳ ୬୦ଶତକଡା ଚାଷୀ ନିୟମିତ ଋଣ ପରିଶୋଧ କରିଥାନ୍ତି । ତେଣୁ ଚାଷୀଙ୍କୁ ଋଣ ଛାଡ଼ କରିଥିଲେ ସମସ୍ତେ ଏହାର ଲାଭ ପାଇପାରି ନଥାନ୍ତେ । ତେଣୁ ରାଜ୍ୟର ସମସ୍ତ ଚାଷୀଙ୍କ ହିତ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଏହି ‘କାଳିଆ’ ଯୋଜନାର ଘୋଷଣା କରିଛନ୍ତି’ ।

Leave a comment