ବସ୍ତୁ ଶାସ୍ତ୍ର ଘରେ ରଖନ୍ତୁ ରୁପା କଇଁଛ,ପାଇବେ ଅନେକ ଲାଭ

0

ବାସ୍ତୁ ଶାସ୍ତ୍ରରେ ଏପରି ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହା ଆର୍ଥିକ ସ୍ଥିତିକୁ ସଜାଡି ଦେଇଥାଏ l ଏହିସବୁ ଉପାୟକୁ ଅବଲମ୍ବନ କରିବା ସମୟରେ କିଛିଟା ନିୟମ କୁ ଦେଖିବା ନିହାତି ଜରୁରୀ l ଯଦି ଏହି ନିୟମକୁ ମାନିବା ନାହିଁ ତେବେ ଏହାର ବିପରୀତ ପ୍ରଭାବ ପଡିବ l ବାସ୍ତୁ ରେ ସେହିଭଳି କିଛି ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ୱାରା ସକାରାତ୍ମକ ପ୍ରଭାବ ପଡିଥାଏ, ପରିବାରରେ ସୁଖଶାନ୍ତି ଦେଖା ଦେଇଥାଏ l ଏହି ସବୁ ଭିତରେ ଗୋଟିଏ ହେଉଛି ଚାନ୍ଦି ର କଇଁଛ l ଏହାକୁ ଘରେ ରଖିବା ଦ୍ୱାରା ଧନ ଆସିବାର ବାଟ ଖୋଲି ଯାଇଥାଏ l

– ଅନେକ ଚେଷ୍ଟା ଓ ପରିଶ୍ରମ ପରେ ଯଦି ପଇସା ଆସିବାରେ ବାଧକ ସାଜୁଛି ତେବେ ଉତର ଦିଗରେ ଗୋଟିଏ କାଚ ର ବାଉଲ ରେ କିଛି ଚାନ୍ଦି ର ମୁଦ୍ରା ରଖି ଦିଅନ୍ତୁ l ଦେଖିବେ ଧନ ଆସିବାର ବାଟ ଖୋଲିଯିବ l ଏହାକୁ ଆପଣଙ୍କ ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ସବୁଠି ରଖି ପାରିବେ l

– ଚାନ୍ଦି କଇଁଛ ଆଣି ଘରର ଉତ୍ତର ଦିଗରେ ଗୋଟିଏ ପାଣିପାତ୍ର ରେ ରଖନ୍ତୁ l ପ୍ରତିଦିନ ଏଥିରେ ଫୁଲ ଓ ପାଣି ଦିଅନ୍ତୁ l ଏହାଦ୍ୱାରା ଘରର ମଙ୍ଗଳ ହେବା ସହ ରୋଜଗାର ବାଟ ଖୋଲିଯିବ l

– ଘରେ ଉତ୍ତର ପୂର୍ବ ଦିଗରେ ଗଣେଶ ଓ ଲକ୍ଷ୍ମୀଙ୍କୁ ସ୍ଥାପନା କରି କିଛିଟା ରୁପା ମୁଦ୍ରାକୁ ସେଠାରେ ରଖନ୍ତୁ l ନିୟମିତ ଏହି ସ୍ଥାନରେ ବିଶେଷ ଭାବରେ ଘୃତ ର ଦୀପ ଜଳାଇବା ଆବଶ୍ୟକ l ଏପରି କଲେ ଲକ୍ଷ୍ମୀ ଓ କୁବେର ଙ୍କ କୃପା ଦୃଷ୍ଟି ରହିବ l

– ମାଛ ଆକୁଆରିୟମ ଘରର ଉତ୍ତର ଦିଗରେ ରଖିବା ଶୁଭ ଅଟେ l ଏହାଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ l

– ଘରେ ଆଲମାରୀ କୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ l ଏହା ଦ୍ୱାରା କୁବେରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l

Leave a comment